ପୁଣି ଚର୍ଚ୍ଚାରେ ଅନୁଗୁଳ ଚିକିତ୍ସାଳୟ ! ଶବ ସଂରକ୍ଷଣ  ଗୃହରେ ଶବ ରହିବା ବଦଳରେ ସାରା ରାତି ବାରଣ୍ଡାରେ ପଡିରହିଲା ଶବ Kanak News

କନକ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଶବ ସଂରକ୍ଷଣ ଗୃହରେ ବାରମ୍ବାର ଆଖି ଗାଏବ, ମୃତଶରୀର କ୍ଷତିଗ୍ରସ୍ତ ହେବା ଆଦି ଅଭିଯୋଗ ପରେ ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭୟ ଘାରିଛି। ଫଳରେ, ୨ ଜଣଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିବା ପରିବର୍ତ୍ତେ ଡାକ୍ତରଖାନା ବାରଣ୍ଡାରେ ପକାଇ ଦିଆଯାଇଛି। ପରିବାର ଲୋକଙ୍କୁ ରାତିସାରା ମୃତଦେହକୁ ଜଗିବାକୁ ପଡ଼ିଛି। ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସକୁ ଦୋଷାରାପ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।
ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଚାନ୍ଦପୁର ଗ୍ରାମର ଗଙ୍ଗାଧର ସେନାପତି (୪୫) ବାଇକରେ ଆସୁଥିବା ବେଳେ ଦରରାଘାଟି ଛକ ନିକଟରେ ତାଙ୍କୁ ଏକ ସ୍କର୍ପିଓ(ଓଆର୧୯-ଏନ୍-୧୭୧୭) ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି, ଅନୁଗୁଳ ଜିଲ୍ଲା ନାଲେକାନଗର ଥାନା ଗିରାଙ୍ଗ ଗ୍ରାମର ସୁବାସ ନାଏକ(୩୦) ଗତ ଗୁରୁବାରଠାରୁ ଚିକିତ୍ସିତ ହେଉଥିଲେ। କୌଣସି କାରଣରୁ ବିଷପାନ କରିବା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ହେଲେ ତାଂକର ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ଶବକୁ ଆଣି ବାରଣ୍ଡାରେ ପକାଇ ଦିଆଯାଇଥିଲା।
ମୃତ ଶରୀରକୁ ଶବ ସରଂକ୍ଷଣ ଗୃହକୁ ନିଆଯାଇନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ କେବଳ ଥାନାକୁ ଜଣାଇ ନିଜ କାମ ସରିଗଲା ବୋଲି ଧରି ନେଇଥିେଲ। ଜଣେ ପୁଲିସ କର୍ମଚାରୀ ଏହାର କିଛି ସମୟ ପରେ ଡାକ୍ତରଖାନାରେ ପହଞ୍ଚିଥିଲେ । ମୃତ ଶରୀର ଦ୍ବୟକୁ ପରିବାର ଲୋକଙ୍କୁ ଶବ ସଂରକ୍ଷଣ ଗୃହ ବାରଣ୍ଡାକୁ ଆଣିବାକୁ କହିଥିଲେ ପୁଲିସ୍ କର୍ମଚାରୀ। ଆଉ ସେଠାରେ ଶବ ଦୁଇଟି ପରିବାର ଲୋକଙ୍କୁ ଜଗିବାକୁ କହି ପଳାଇ ଯାଇଥିଲେ। ସକାଳେ ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ପୁଲିସ ସେଠାରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ତୁରନ୍ତ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଥିଲା।
ଶବ ବାହାର ବାରଣ୍ଡାରେ ରାତି ସାରା ପଡି ରହିବା ଘଟଣାକୁ ନେଇ ଏଡିଏମ୍ଓ ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଆମେ ଥାନାରେ ଜଣାଇଥିଲୁ। କିନ୍ତୁ ସେମାନେ ମୃତ ଶରୀରକୁ ଶବ ସଂରକ୍ଷଣ ଗୃହରେ ରଖି ନଥିବା ଡାକ୍ତର ବିଶୋଇ କହିଛନ୍ତି। ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଲିସ ଫାଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଦାବି ହେବା ପରେ ବି ପୁଲିସ ପ୍ରଶାସନ ନିରବ ରହିଛନ୍ତି।


from Kanak News https://ift.tt/33J3OM0 https://ift.tt/2YVdBjr
ପୁଣି ଚର୍ଚ୍ଚାରେ ଅନୁଗୁଳ ଚିକିତ୍ସାଳୟ ! ଶବ ସଂରକ୍ଷଣ  ଗୃହରେ ଶବ ରହିବା ବଦଳରେ ସାରା ରାତି ବାରଣ୍ଡାରେ ପଡିରହିଲା ଶବ Kanak News ପୁଣି ଚର୍ଚ୍ଚାରେ ଅନୁଗୁଳ ଚିକିତ୍ସାଳୟ ! ଶବ ସଂରକ୍ଷଣ  ଗୃହରେ ଶବ ରହିବା ବଦଳରେ ସାରା ରାତି ବାରଣ୍ଡାରେ ପଡିରହିଲା ଶବ Kanak News Reviewed by SUBHENDU BARAL on August 17, 2019 Rating: 5

No comments:

Powered by Blogger.