ସଂପର୍କରେ ଲାଗିଲା ରକ୍ତର ଛିଟା: କେଉଁଠି ଝିଅକୁ ପଥରରେ ଛେଚିଲା ବାପା ତ ପୁଣି କେଉଁଠି ଜ୍ୱାଇଁ ଗୋଡ଼ କାଟିଦେଲା ଶ୍ୱଶୁର Kanak News

କନକ ବ୍ୟୁରୋ: ରୋଜଗାର କରିବାକୁ ଗଲାନି ବୋଲି ଝିଅକୁ ପଥରରେ ଛେଚି ନିଜ ବାପ ହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବୁର୍ଲା ଥାନା ସିକିର୍ଡିର ଖଡ଼ିଆପଡ଼ା ଅଞ୍ଚଳର। ମହିଳାଙ୍କ ନାମ ରଞ୍ଜିତା ବାଗ(୨୭) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ରଞ୍ଜିତା ପ୍ରାୟ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଜନ୍ମ ହୋଇଥିଲା। କିନ୍ତୁ ଏହା ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରେ ସେ ଶ୍ବଶୁର ଘର ଛାଡ଼ି ବାପଘରକୁ ଚାଲି ଆସିଥିଲେ।

ସେହିଦିନଠାରୁ ରଞ୍ଜିତା ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରୁଥିଲେ। ନିଜେ ଚଳିବା ସହ ପରିବାରର ମଧ୍ୟ ପ୍ରତିପୋଷଣ କରୁଥିଲେ। ତେବେ ୩ ଦିନ ହେବ ରଞ୍ଜିତା କାମକୁ ଯାଇନଥିବାରୁ ଏହାକୁ ନେଇ ତାଙ୍କ ବାପା ଶ୍ୟାମସୁନ୍ଦର ଓ ମା’ କୁନ୍ତଳାଙ୍କ ସହ ଝଗଡ଼ା ହେଉଥିଲା। ସୋମବାର ରାତିରେ ଏହାକୁ କେନ୍ଦ୍ରକରି ପ୍ରଥମେ ମା’-ଝିଅ ମଧ୍ୟରେ କଳହ ହୋଇଥିଲା ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଥମେ ରଞ୍ଜିତା ତାଙ୍କ ମା’ କୁନ୍ତଳାଙ୍କ ଗୋଡ଼କୁ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଶ୍ୟାମସୁନ୍ଦର ରାଗି ଯାଇ ପଡ଼ିଥିବା ପଥରରେ ଝିଅର ମୁଣ୍ଡକୁ ଛେଚି ଦେଇଥିଲା।

ଶ୍ବଶୁର କାଟିଦେଲା ଜ୍ବାଇଁ ଗୋଡ଼

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ତିମହୁଲ ପଞ୍ଚାୟତରେ ପ୍ରେମ ବିବାହକୁ ବିରୋଧ କରି ଶ୍ବଶୁର ଜ୍ବାଇଁର ଗୋଡ଼ କାଟି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜ୍ବାଇଁ ସୌରଭ ଦଣ୍ଡିଆ (୨୬)ଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିବାବେଳେ ଶ୍ବଶୁର ଶଶି ମହାଲିଙ୍ଗ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କଣ୍ଟାମାଳ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ରୁଣ୍ତିମହୁଲ ପଞ୍ଚାୟତ ବରପଦର ଗାଁର ଚିତ୍ରସେନ ଦଣ୍ଡିଆଙ୍କ ପୁଅ ସୈାରଭ ଓ ଡୁଙ୍ଗୁରିଗୋରା ଗାଁର ଶଶି ମହାଲିଙ୍ଗଙ୍କ ଝିଅ ଜ୍ୟୋତ୍ସ୍ନା (୨୩)ଙ୍କ ସହ ବହୁ ଦିନ ହେଲା ପ୍ରେମସଂପର୍କ ଗଢ଼ି ଉଠିଥିଲା। ଝିଅ ପରିବାରର ବିନା ସମ୍ମତିରେ ଦୁହେଁ ଲୁଚାଛପାରେ ବିବାହ କରିଥିଲେ। ତେବେ ଗତକାଲି ସୈାରଭ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଠିଆ ହୋଇଥିବାବେଳେ ଜ୍ୟୋତ୍ସ୍ନାଙ୍କ ବାପା ଶଶି ମାହାଲିଙ୍ଗ ସେଠାରେ ପହଞ୍ଚି ସୌରଭଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ସୌରଭଙ୍କୁ ଏକ ଠେଙ୍ଗାରେ ବାଡ଼େଇ ଥିଲେ। ଏହା ପରେ ଶଶି ଘରୁ ଆଣିଥିବା ଟାଙ୍ଗିଆରେ ସୌରଭର ବାମ ଗୋଡ଼କୁ ହାଣିବା ସହ କଟା ଗୋଡ଼କୁ ଧରି ପଳାଇଥିଲେ।

ଟଙ୍କା ଲୋଭ: ନାତିକୁ ବିକିଲା ଆଈ

ଖଇରା: ସୂଚନା ଅନୁସାରେ; ମାମି ବେହେରା ତାଙ୍କ ସ୍ୱାମୀ ପ୍ରଭାକର ଓ ଝିଅ ସିଲୁ ସହ ମହାରାଷ୍ଟ୍ରର ପନବୀର ଅଞ୍ଚଳରେ ଦୀର୍ଘଦିନ ହେବ ରହୁଛନ୍ତି। ବାପା ପ୍ରଭାକର ଝିଅକୁ ମହାରାଷ୍ଟ୍ରର ଇଷ୍ଟନ ସାଙ୍ଗମାଙ୍କ ସହ ବିବାହ କରିଥିଲେ। ତାଙ୍କ ନିକଟରୁ ୨ଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ବଡ଼ପୁଅ ୨ ବର୍ଷର ହୋଇଥିବା ବେଳେ ସାନପୁଅର ବୟସ ଦେଢ଼ବର୍ଷ। ୨୦୧୯ ମସିହା ଜୁନ୍ ମାସରେ ସିଲୁଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା କରିବାକୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇଷ୍ଟନ ତାଙ୍କର ପିଲା ୨ଟିକୁ ମାମି ଦାୟିତ୍ୱରେ ଛାଡ଼ି ଦେଇଯାଇଥିଲେ। ଏହି ସମୟରେ ସେ କିଆନକୁ ଧରି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମାଖନପୁର ପଞ୍ଚାୟତ ସାଉଁଡିଆ ଗ୍ରାମକୁ ଯାଇଥିଲେ। ସେଠାରେ ତାକୁ ୨୦ ହଜାର ଟଙ୍କାରେ ଗଣେଶ୍ୱର ଜେନା ପାଖରେ ବିକ୍ରି କରିଦେଇଥିଲେ। ଏ ସଂକ୍ରାନ୍ତରେ ଏକ ଚୁକ୍ତିପତ୍ର ସୋର ନୋଟାରିରେ କରାଯାଇଥିଲା।



from Kanak News https://ift.tt/2Ze5w4Q https://ift.tt/2HjlOmJ
ସଂପର୍କରେ ଲାଗିଲା ରକ୍ତର ଛିଟା: କେଉଁଠି ଝିଅକୁ ପଥରରେ ଛେଚିଲା ବାପା ତ ପୁଣି କେଉଁଠି ଜ୍ୱାଇଁ ଗୋଡ଼ କାଟିଦେଲା ଶ୍ୱଶୁର Kanak News ସଂପର୍କରେ ଲାଗିଲା ରକ୍ତର ଛିଟା: କେଉଁଠି ଝିଅକୁ ପଥରରେ ଛେଚିଲା ବାପା ତ ପୁଣି କେଉଁଠି ଜ୍ୱାଇଁ ଗୋଡ଼ କାଟିଦେଲା ଶ୍ୱଶୁର Kanak News Reviewed by SUBHENDU BARAL on August 20, 2019 Rating: 5

No comments:

Powered by Blogger.