ଆଜି ଦ୍ୱିତୀୟ ଟି-୨୦ । ସିରିଜ୍ କବଜା ଲକ୍ଷ୍ୟରେ ବିରାଟ ବ୍ରିଗେଡ୍, ୱେଷ୍ଟଇଣ୍ଡିଜ ପାଇଁ ‘କର ବା ମର’ ସ୍ଥିତି । Kanak News

କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଆମେରିକା ଫ୍ଲୋରିଡାରେ ରାତି ୮ଟାରେ ଏହି ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଗତକାଲି ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଆଜି ସିରିଜ୍ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ବିରାଟ ବାହିନୀ । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି । ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚି ଜିତିଲେ ସିରିଜ୍ ହାତେଇବ ଭାରତ ।
ବିଶ୍ୱକପରେ ବିପର୍ଯ୍ୟୟ ପରେ ପ୍ରଥମ ବିଦେଶ ଗସ୍ତରେ ପ୍ରଥମ ମ୍ୟାଚରେ ଭାରତକୁ ମିଳିଛି ବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି ଟ୍ୱେଂଟିରେ ବିଜୟୀ ହୋଇଛି ଭାରତ । ଫ୍ଲୋରିଡାରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ସହିତ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ସିରିଜ ଆଗୁଆ ହୋଇଛି । ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିବା କୋହଲି ବାହିନୀ ୱେଷ୍ଟଇଣ୍ଡିଜକୁ ୯୫ ରନରେ ଅଲଆଉଟ୍ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ୪୯ ରନ କରିଥିଲେ ।

from Kanak News https://ift.tt/2Zx9FBC https://ift.tt/2T35Wt5
No comments: