୪୮ ବର୍ଷ ଅପେକ୍ଷା କଲେ , ଶେଷରେ ନିରାଶ ହେଲେ । ମିଳିଲାନି ଭାରତର ନାଗରିକତ୍ୱ, ସ୍ପେନକୁ ଫେରିବେ ଏନେଡିନା Kanak News

କନକ ବ୍ୟୁରୋ : ସେଦିନର ମେଧାବୀ ଡାକ୍ତରୀ ଛାତ୍ରୀ ଏନେଡିନା। ବର୍ତ୍ତମାନର ୯୫ବର୍ଷୀୟା ସମାଜସେବିକା ଏଞ୍ଜେଲ। ପିଲାଦିନ କଟିଥିଲା ସ୍ପେନରେ। ହେଲେ, ୪୮ ବର୍ଷ କଟିଲା ମୋହନା ବ୍ଲକ ଆଲିଗଣ୍ଡାର ଆଦିବାସୀଙ୍କ ସେବାରେ। ଭାରତର ନାଗରିକତ୍ବ ନ ମିଳିବା ହେତୁ ଏନେଡିନା ସବୁ ମୋହମାୟାକୁ ତୁଟାଇ ନିଜ ଦେଶ ସ୍ପେନକୁ ଫେରିଯିବାକୁ ସତେ ଯେମିତି ବାଧ୍ୟ ହୋଇଛନ୍ତି। କେହି ତାଙ୍କୁ ଛାଡ଼ିବାକୁ ନାରାଜ। ତଥାପି ତାଙ୍କୁ ଯିବାକୁ ହେବ। କାହିଁକିନା, ଆଇନର ଭଉଁରୀ ଭିତରେ ତାଙ୍କ ଜୀବନ ବନ୍ଧା।
ସ୍ପେନର ମାଦ୍ରୀଦ୍ କେପିଟାଲ ମେଡ଼ିକାଲ କଲେଜରୁ ୧୯୫୯ ମସିହାରେ ଏମବିବିଏସ ହାସଲ କରିବା ପରେ କିଛିଦିନ ସେହି କଲେଜରେ ନର୍ସି˚ ଟ୍ରେନର ଭାବେ ସେ କାର୍ଯ୍ୟ କରିଥିଲେ। ମାତ୍ର ୧୯୬୬ ମସିହାରେ ସେବାର ମନୋବୃତ୍ତି ନେଇ ନିଜ ଦେଶ ଛାଡ଼ି ଓଡ଼ିଶାର ବ୍ରହ୍ମପୁରରେ ପହଁଚିଥିଲେ। ବ୍ରହ୍ମପୁରରେ ସେଣ୍ଟ ଭିନ୍ସେଣ୍ଟ କନଭେଣ୍ଟ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେବା ସହ ନିକଟସ୍ଥ ଏକ ଡିସ୍ପେନସାରରେ ରୋଗୀ ସେବା ମଧ୍ୟ କରୁଥିଲେ। ବ୍ରହ୍ମପୁରରେ ପାଞ୍ଚ ବର୍ଷ ରହିବା ପରେ ୧୯୭୧ରେ ଏନେଡିନା ଗଜପତି ଜିଲ୍ଲା ମୋହନା ବ୍ଲକର ଆଲିଗଣ୍ତାରେ ପହଞ୍ଚି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅ˚ଚଳ ଗରଡମା, ଘୋଡାପଙ୍କା, ଗାଣ୍ତାଗୁଡା, ଖଣି, ଝିଲିକି, ଦମାଦୁଆ, ମି˚ଜାପଙ୍କା, ମୋବିଲି, ରାଇପଙ୍କା, ମାଣ୍ତିମେରା, ଗାଣ୍ତାପାଜୁ ଆଦି ଗ୍ରାମକୁ ଯାଇ ଲୋକଙ୍କ ଦୂରାରୋଗ୍ୟର ଚିକିତ୍ସା ଆରମ୍ଭ କରିଥିଲେ।
ତାପରେ ସେ ନିଜେ ଏକ ଡିସପେନସାରୀ ଖୋଲିବା ସହ ବାଳିକା ଶିକ୍ଷା ଉପରେ ଗୁରୁତ୍ବ ଦେଇ ନିର୍ମଳା ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ। ଦୀର୍ଘ ୪୮ ବର୍ଷ ଧରି ସେ ସେବା କରିବା ପରେ ବର୍ତ୍ତମାନ ପରିସ୍ଥିତିର ଦ୍ବାହିରେ ଭାରତ ଛାଡ଼ି ସ୍ପେନ ଯିବାକୁ ବାଧ୍ୟ। କିନ୍ତୁ, ସେବା ପାଇଥିବା ମହିଳା, ପିଲା ଓ ନିରାଶ୍ରୟମାନେ ତାଙ୍କୁ ବିଦାୟ ଦେବାକୁ ଅନିଚ୍ଛୁକ। ଏଣୁ, ତାଙ୍କୁ ବିଦାୟ ଦେବା ପାଇଁ ଏକ ସମ୍ବର୍ଧନା ସଭାର ଆୟୋଜନ କରାଯାଉଥିବା ବେଳେ କେମିତି ସେ ବାକି ଜୀବନତକ ଭାରତରେ ରହିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଓ ସହଯୋଗ ଯୋଗାଇ ଦିଆଯାଉ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି।
from Kanak News https://ift.tt/30drqGG https://ift.tt/2KNZ4fy
୪୮ ବର୍ଷ ଅପେକ୍ଷା କଲେ , ଶେଷରେ ନିରାଶ ହେଲେ । ମିଳିଲାନି ଭାରତର ନାଗରିକତ୍ୱ, ସ୍ପେନକୁ ଫେରିବେ ଏନେଡିନା Kanak News
Reviewed by SUBHENDU BARAL
on
August 16, 2019
Rating:
No comments: