ପୂର୍ବତନ ଅର୍ଥମନ୍ତ୍ରୀ ପୁଣି ଗୁରୁତର । ଦିଲ୍ଲୀ ଏମ୍ସରେ ପହଞ୍ଚି ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତିଙ୍କ ସମେତ ଶାହା ଏବଂ ଯୋଗୀ ଆଦିତ୍ୟନାଥ Kanak News

କନକ ବ୍ୟୁରୋ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ୯ ତାରିଖରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ଜେଟଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ଏମ୍ସ ପହଞ୍ଚିଥିଲେ। ଜେଟଲିଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି।
ଗତ ୯ ତାରିଖଠାରୁ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ କୌଣସି ବୁଲେଟିନ୍ ଜାରି ହୋଇନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟୁନଥିବା ଜଣାପଡ଼ିଛି। ଗତକାଲି ରାଷ୍ଟ୍ରପତିଙ୍କ ଏମ୍ସ ଗସ୍ତ ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଜିନ୍ଦ ଗସ୍ତରେ ଯିବା ପୂର୍ବରୁ ସକାଳେ ଜେଟଲିଙ୍କ ଘରେ ପହଞ୍ଚିଥିଲେ। ଗ୍ରେଟର କୈଳାସ ସ୍ଥିତ ଜେଟଲିଙ୍କ ବାସଭବନ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।
from Kanak News https://ift.tt/2KOGuUJ https://ift.tt/2MTEJYL

No comments: