ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ନୂଆଦିଲ୍ଲୀ ଏମ୍ସରେ ଗତ ୯ ତାରିଖରୁ ଭର୍ତ୍ତି ହୋଇଥିବା ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗତକାଲି ଅବନତି ଘଟିଥିଲା । ଏନେଇ ଖବର ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହସ୍ପିଟାଲ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହସ୍ପିଟାଲ ଯାଇ ଜେଟଲୀଙ୍କୁ ଭେଟିଥିଲେ। ଗତ ମେ’ ମାସରେ ମଧ୍ୟ ଜେଟଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ଘରକୁ ଫେରିଥିଲେ। ୨୦୧୪ରୁ ୨୦୧୯ ଯାଏ ଜେଟଲୀ ମୋଦିଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ॥ ଗତବର୍ଷ ଏପ୍ରିଲରେ ରେନାଲ୍ ଟ୍ରାନ୍ସପ୍ଲାଣ୍ଚ ଅସ୍ତ୍ରୋପଚାର ପରେ ସେ ଅର୍ଥ ବିଭାଗ ଛାଡ଼ିଥିଲେ। ତାଙ୍କ ବଦଳରେ ପୀୟୂଷ ଗୋଏଲ ଅର୍ଥ ବିଭାଗ ସମ୍ଭାଳିଥିଲେ। ସୁସ୍ଥ ହୋଇ ଅଗଷ୍ଟ ୨୩ରେ ପୁଣି ଅର୍ଥ ବିଭାଗ ଦାୟିତ୍ୱ ନେଇଥିଲେ। ପୂର୍ବରୁ ୨୦୧୪ରେ ମଧ୍ୟ ତାଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା ।
from OTV Khabar. https://ift.tt/2YRwDHs
No comments: