ଆଜି ଓଡିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ: ଖୋର୍ଦ୍ଧାରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେଉଥିବା ସଦସ୍ୟ ସଂଗ୍ରହ ଅଭିଯାନରେ ହେବେ ସାମିଲ୍ Kanak News

କନକ ବ୍ୟୁରୋ: ଆଜି ଖୋର୍ଦ୍ଧାରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଗ୍ରହ ଅଭିଯାନରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାମିଲ ହେବେ। ଏନେଇ ବିଜେପି ଜିଲ୍ଲା ସଭାପତି ସୁବାସ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଚୌହାନ ଏକ ଦଳୀୟ ସଭାକୁ ଉଦବୋଧନ ଦେବା ସହ ଖୋର୍ଦ୍ଧାରୁ ବିଜେପିର ସଦସ୍ୟ ହେବେ। ଏହାଛଡ଼ା ବୃକ୍ଷରୋପଣ ଓ ଦଳୀୟ ଆଲୋଚନାରେ ମଧ୍ୟରେ ଯୋଗ ଦେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଚଳିତ ବର୍ଷ ସାଧାରଣ ନିର୍ବାଚନ ପରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ଏହା ପ୍ରଥମ ବଡ଼ ଦଳୀୟ କାର୍ଯ୍ୟକ୍ରମ। ଚଳିତ ବିଧାନସଭାରେ ଦଳକୁ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ଜନସମର୍ଥନ ମିଳିଥିବା ବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଖୋର୍ଦ୍ଧାରୁ ୧୫ ହଜାରରୁ ଅଧିକ ଭୋଟ ମିଳିଥିଲା। ତେଣୁ ଜିଲ୍ଲାରେ ନିଜ ସମର୍ଥନ ବଢ଼ାଇବାକୁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଦଳ ପକ୍ଷରୁ ଜାରି କରାଯାଇଥିବା ସୂଚନାରେ ଆଜି ଅପରାହ୍ଣ ୪ଟାରେ ଶ୍ରୀ ଚୌହାନ ଗୀତାଭବନ ପଡ଼ିଆରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହାପୂର୍ବରୁ ଖୋର୍ଦ୍ଧା ସହରର ବୁଦ୍ଧିଜୀବୀ, ଆଇନଜୀବୀ, ମହିଳା, ଶିକ୍ଷାବିତ୍, ସମାଜସେବୀଙ୍କ ସହ ମଧ୍ୟ ଆଲୋଚନା କରିବେ। ସେହିଭଳି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଶ୍ରଦ୍ଧଞ୍ଜଳି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଓ ଖୋର୍ଦ୍ଧା ଷ୍ଟାଡିୟମ୍ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ଚୌହାନ ଯୋଗ ଦେବେ।
from Kanak News https://ift.tt/2YZxm8C https://ift.tt/2GYhZDj
No comments: