ଆଇନ ଉଚ୍ଛେଦ ପରେ ବି ପରିବର୍ତନ ହେଉନାହିଁ ମାନସିକତା ! ପାରିବାରିକ କଳହରୁ ଫୋନ ଯୋଗେ ସ୍ତ୍ରୀଙ୍କୁ ଦେଲେ ତଲାକ୍ Kanak News

triple talaq
କନକ ବ୍ୟୁରୋ : ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ ପାଇଁ ସଂସଦରରେ ବିଲ୍ ଗୃହୀତ ହେବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। କିନ୍ତୁ ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳରେ ତିନି ତଲାକ ଅଭିଯୋଗ ସାମ୍ନାକୁ ଆସିଛି। ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ୧୧ ନମ୍ବର ୱାର୍ଡରେ ରହୁଥିବା ଜଣେ ସ˚ଖ୍ୟାଲଘୁ ମହିଳାଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ବାମୀ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି।
୫ ବର୍ଷ ପୂର୍ବେ ଆସିକ୍ ସୁଫିଆ ଖାନଙ୍କୁ କୋର୍ଟରେ ବିବାହ କରିଥିଲେ। ଏଠାରେ ଦୁଇ ମାସ ରହିବା ପରେ ତାଙ୍କୁ ସେ ହାଇଦ୍ରାବାଦକୁ ନେଇ ଯାଇଥିଲେ। ସେଠାରୁ ଫେରିଆସି ପୀଡ଼ିତାଙ୍କୁ ପଟ୍ଟାମୁଣ୍ତାଇ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କର ଏକ ୪ ମାସର ଶିଶୁ ପୁତ୍ର ରହିଛି। ତାକୁ ନେଇ ସେ ନିଜ ମା’ଙ୍କ ପାଖରେ ରହୁଛନ୍ତି। ଗତ କିଛି ଦିନ ତଳେ ଫୋନ୍ ଯୋଗେ କଥା କଟାକଟିରୁ ସ୍ବାମୀ ତାଙ୍କୁ ୩ ତଲାକ୍ ଦେଇ ଫୋନ୍ କାଟି ଦେଇଥିଲେ। ବିବାହ ପରେ ସନ୍ତାନସନ୍ତତିରେ ବିଳମ୍ବ ହେବାରୁ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ମଧ୍ୟ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି।
ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ହାଇଦ୍ରାବାଦରେ ରହି କାମ କରୁଥିବାବେଳେ ଗତ କିଛି ମାସ ହେଲା ମନମାଳିନ୍ୟ ଆରମ୍ଭ ହୋଇଥିଲା। ସେଠାରେ ସେ ଦ୍ବିତୀୟ ବିବାହ କରି ସାରିଛନ୍ତି। ତିନି ତଲାକ୍ ବ୍ୟବସ୍ଥାକୁ ବେଆଇନ ଓ ନିଷିଦ୍ଧ ଘୋଷଣା କରାଯାଇଥିବାବେଳେ ପଟ୍ଟାମୁଣ୍ତାଇ ଅ˚ଚଳର ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ଏହି ଘଟଣାରେ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପଟ୍ଟାମୁଣ୍ଡାଇ ଥାନା ପୁଲିସ୍ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କରିବା ସହ ସ୍ବାମୀ ଆସିକ ସୁଫିଆ ଖାନଙ୍କ ସହ ଫୋନରେ ଯୋଗାଯୋଗ କରିଛି। ତାଙ୍କୁ ଏଠାକୁ ଡକାଯାଇଛି। ଉଭୟପକ୍ଷକୁ ବସାଇ ସମସ୍ୟାର ସମାଧାନ କରାଯିବ ଅନ୍ୟଥା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍ କହିଛି।


from Kanak News https://ift.tt/2ZWx7sx https://ift.tt/2YVzhuX
ଆଇନ ଉଚ୍ଛେଦ ପରେ ବି ପରିବର୍ତନ ହେଉନାହିଁ ମାନସିକତା ! ପାରିବାରିକ କଳହରୁ ଫୋନ ଯୋଗେ ସ୍ତ୍ରୀଙ୍କୁ ଦେଲେ ତଲାକ୍ Kanak News ଆଇନ ଉଚ୍ଛେଦ ପରେ ବି ପରିବର୍ତନ ହେଉନାହିଁ ମାନସିକତା ! ପାରିବାରିକ କଳହରୁ ଫୋନ ଯୋଗେ ସ୍ତ୍ରୀଙ୍କୁ ଦେଲେ ତଲାକ୍ Kanak News Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.