୧୭ ମନ୍ତ୍ରୀ, ୧୨ ବିଧାୟକ ହେଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ: ଅଧିକାଂଶ ଜିଲ୍ଲାରେ ବଦଳିଲେ ଯୋଜନା କମିଟି ଅଧ୍ୟକ୍ଷ; ପ୍ରଫୁଲ୍ଲ ମଲ୍ଲିକଙ୍କୁ ମିଳିଲା ୨ଜିଲ୍ଲାର ଦାୟିତ୍ବ Kanak News

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଗତକାଲି ସମସ୍ତ ଜିଲ୍ଲା ଯୋଜନା କମିଟିର ପୁନର୍ଗଠନ କରିଛନ୍ତି। ଅଧିକାଂଶ ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ବଦଳିଛନ୍ତି। ନବୀନ ସରକାରର ୧୭ ଜଣ ମନ୍ତ୍ରୀ ଓ ୧୨ ଜଣ ବରିଷ୍ଠ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଅଧ୍ୟକ୍ଷ ହେଉଥିବା ବିଧାୟକମାନେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଇବେ।
କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କେନ୍ଦ୍ରାପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ, ସୁଦାମ ମାରାଣ୍ଡିଙ୍କୁ ସୋନପୁର, ନବକିଶୋର ଦାସଙ୍କୁ ବଲାଙ୍ଗୀର, ସୁଶାନ୍ତ ସିଂହଙ୍କୁ ସମ୍ବଲପୁର, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା ଓ ଟୁକୁନି ସାହୁଙ୍କୁ କଳାହାଣ୍ଡି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦୁଇଟି ଜିଲ୍ଲା ଦେବଗଡ଼ ଓ କେନ୍ଦୁଝରର ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ। ତେବେ ଜଣେ ମାତ୍ର କ୍ୟାବିନେଟ୍ ମନ୍ତ୍ରୀ ଅରୁଣ ସାହୁଙ୍କୁ କୌଣସି ଜିଲ୍ଲାରେ ନିଯୁକ୍ତି ଦିଆଯାଇ ନାହିଁ।
ସେହିପରି ରାଷ୍ଟ୍ର ମନ୍ତ୍ରୀମାନଙ୍କ ମଧ୍ୟରେ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ଜଗନ୍ନାଥ ସାରକାଙ୍କୁ ଗଜପତି, ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର, ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଓ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଏହି ତାଲିକାରେ ନାହିଁ। ବିଧାୟକମାନଙ୍କ ମଧ୍ୟରେ ଅନନ୍ତ ଦାସଙ୍କୁ ବାଲେଶ୍ବର, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର, ପ୍ରମୋଦ ମଲ୍ଲିକଙ୍କୁ କଟକ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା, ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ଼, ଶ୍ରୀକାନ୍ତ ସାହୁଙ୍କୁ ଗଞ୍ଜାମ, ମହୀଧର ରଣାଙ୍କୁ ବୌଦ୍ଧ, ରଘୁରାମ ପଦାଳଙ୍କୁ କୋରାପୁଟ, ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡ଼ା, ଦେବେଶ ଆଚାର୍ୟ୍ୟଙ୍କୁ ବରଗଡ଼ ଓ ଶାରଦା ନାୟକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ଦେଇଛନ୍ତି।
from Kanak News https://ift.tt/2YTgBfv https://ift.tt/2yLtf1t
No comments: