ଖର୍ଚ୍ଚ ଚାଲିଛି ହେଲେ ଫଳ ଶୂନ୍ୟ । ଗଞ୍ଜେଇ ନିୟନ୍ତ୍ରଣ ପାଇଁ ୮ ବର୍ଷରେ ୪ କୋଟି ବ୍ୟୟ, ତଥାପି ସୁଧୁରୁନି ସ୍ଥିତି Kanak News

ଯେତେ ଯାହା କଲେ ବି ବେଆଇନ ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲାଗି ପାରୁନି। ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାରେ ଗଞ୍ଜେଇ ଚାଷ ସବୁ ଉଦ୍ୟମ ସତ୍ତ୍ବେ ବଢି ଚାଲିଛି । ପୂର୍ବରୁ ଅନୁଗୁଳ ଜିଲ୍ଲାରେ ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷରେ ନମ୍ବର ୱାନ ଥିବା ବେଳେ ଏବେ ବୌଦ୍ଧ, କଳାହାଣ୍ଡି ଜିଲ୍ଲା ତାକୁ ଟପି ଗଲେଣି । ଗଲା ୮ ବର୍ଷ ଭିତରେ ରାଜ୍ୟରେ ମୋଟ ୫୭ କୋଟି ୪୪ ଲକ୍ଷ ୪ ହଜାର ୮୫୯ଟି ବେଆଇନ ଗ˚ଜେଇ ଗଛକୁ ଅବକାରୀ ବିଭାଗ ପୋଡ଼ି ନଷ୍ଟ କରିଛି। ଏହାର ମୂଲ୍ୟ ପ୍ରାୟ ୫ ହଜାର ୭୪୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । କିନ୍ତୁ ବେଆଇନ ଗଞ୍ଜେଇ ଚାଷ ନିୟନ୍ତ୍ରଣ କରିବାକୁ ଏହି ସମୟ ଭିତରେ ସରକାର ପ୍ରାୟ ୪ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି। କିନ୍ତୁ ପୁଲିସ ଓ ଅବକାରୀ ବିଭାଗ ଯେତିକି ଗଛ ପୋଡି ନଷ୍ଟ କରୁଛନ୍ତି, ସେହି ତୁଳନାରେ ଅଧିକ ନୂଆ ଗଛ ସୃଷ୍ଟି କରାଯାଉଥିବାରୁ ଗଞ୍ଜେଇ ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡୁ ନାହିଁ। ଜଙ୍ଗଲ ଭିତରକୁ ମାଓବାଦୀ ଭୟରେ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ଠିକରେ ଯାଇ ପାରୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।
ବେଆଇନ ଗଞ୍ଜେଇ ଚାଷ ନିୟନ୍ତ୍ରଣ ପାଇଁ ୨୦୧୮-୧୯ ବର୍ଷରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡର ସିଏସଆର ପାଣ୍ଠିରୁ ଇତିମଧ୍ୟରେ ବିଭିନ୍ନ ଜିଲ୍ଲାର ଅବକାରୀ ଏସପିଙ୍କୁ ୨୦ଟି ନୂଆ ଗାଡ଼ି ଯୋଗାଇ ଦିଆଯାଇଛି। ଗ˚ଜେଇ ଚାଷରେ କୁଖ୍ୟାତି ଅର୍ଜନ କରିଥିବା ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ରାୟଗଡ଼ା, ବୌଦ୍ଧ, ଗଜପତି, ମାଲକାନଗିରି, କନ୍ଧମାଳ ଏବ˚ ନୟାଗଡ଼ ଜିଲ୍ଲାରେ ଗ˚ଜେଇ ଗଛ ନଷ୍ଟ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମି ମଜବୁତ ପାଇଁ ବର୍ଷକ ଭିତରେ ୫୭ ଲକ୍ଷ ୫୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ଉଭୟ ଅବକାରୀ ଏବ˚ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଉପରୋକ୍ତ ୯ଟି ଜିଲ୍ଲାରୁ ୧ କୋଟି ୨୪ ଲକ୍ଷ ୯୧ ହଜାର ୧୫ଟି ଗ˚ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗ˚ଜେଇ ଗଛର ମୂଲ୍ୟ ୧୨ଶହ ୪୯ କୋଟି ୧୦ ଲକ୍ଷ ୧୫ ହଜାର ଟଙ୍କା ବୋଲି ବିଭାଗ ଆକଳନ କରିଛି।
ସେହିପରି ୨୦୧୭-୧୮ ବର୍ଷରେ ଉପରୋକ୍ତ ଜିଲ୍ଲାରୁ ୭୯ ଲକ୍ଷ ୩୨ ହଜାର ୬ଟି ଗ˚ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗ˚ଜେଇ ଗଛର ମୂଲ୍ୟ ୭୯୩ କୋଟି ୨୦ ଲକ୍ଷ ୬ ହଜାର ଟଙ୍କା। ୨୦୧୬-୧୭ ବର୍ଷରେ ଉପରୋକ୍ତ ୯ ଜିଲ୍ଲାକୁ ୭୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ୬୮ ଲକ୍ଷ ୯ ହଜାର ୮୧୯ଟି ଗ˚ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗ˚ଜେଇ ଗଛର ମୂଲ୍ୟ ୬୮୦ କୋଟି ୯୮ ଲକ୍ଷ ୧୯ ହଜାର ଟଙ୍କା।
୨୦୧୫-୧୬ ବର୍ଷରେ ୯ଟି ଜିଲ୍ଲାକୁ ୫୯ ଲକ୍ଷ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ୪୮ ଲକ୍ଷ ୫୪ ହଜାର ୪୨୯ଟି ଗ˚ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଛର ମୂଲ୍ୟ ୪୮୫ କୋଟି ୪୪ ଲକ୍ଷ ୨୯ ହଜାର ଟଙ୍କା। ୨୦୧୪-୧୫ ବର୍ଷରେ ନୟାଗଡ଼ ବାଦ୍ ଅବଶିଷ୍ଟ ୮ଟି ଜିଲ୍ଲାକୁ ୬୯ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ମୋଟ ୯୫ ଲକ୍ଷ ୭ ହଜାର ୩୧୪ଟି ଗ˚ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଛର ମୂଲ୍ୟ ୯୫୦ କୋଟି ୭୩ ଲକ୍ଷ ୧୪ ହଜାର ଟଙ୍କା।
୨୦୧୩-୧୪ ବର୍ଷରେ ୮ଟି ଜିଲ୍ଲାକୁ ୩୭ ଲକ୍ଷ ୮ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୋଟ ୯୦ ଲକ୍ଷ ୫୪ ହଜାର ୮୫୫ଟି ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଛର ମୂଲ୍ୟ ୯୦୫ କୋଟି ୪୮ ଲକ୍ଷ ୫୫ ହଜାର ଟଙ୍କା। ୨୦୧୨-୧୩ ବର୍ଷରେ ୫୨ ଲକ୍ଷ ୧୨ ହଜାର ୫୪୪ଟି ଗ˚ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟର ମୂଲ୍ୟ ୫୨୧ କୋଟି ୨୫ ଲକ୍ଷ ୪୪ ହଜାର ଟଙ୍କା। ୨୦୧୧-୧୨ ବର୍ଷରେ ୧୫ ଲକ୍ଷ ୮୨ ହଜାର ୮୭୭ଟି ଗଛ ନଷ୍ଟ କରାଯାଇଛି। ନଷ୍ଟର ମୂଲ୍ୟ ୧୫୮ କୋଟି ୨୮ ଲକ୍ଷ ୭୭ ହଜାର ଟଙ୍କା।
ଅବକାରୀ କମିସନରଙ୍କ ୨୦୧୧ରୁ ୨୦୧୯ ବର୍ଷର ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଗୋଟିଏ ପଟେ ବାର୍ଷିକ ହାରାହାରି ୫୦ ଲକ୍ଷରୁ ଅଧିକ ଗଛ ନଷ୍ଟ କରାଯାଉଥିବା ବେଳେ ୨୦ ଲକ୍ଷ ଅଧିକ ଗ˚ଜେଇ ଗଛ ରାଜ୍ୟର ୯ଟି ଗ˚ଜେଇ ଚାଷ ପାଇଁ ଅନୁକୂଳ ଜିଲ୍ଲାରେ ବୃଦ୍ଧି ଘଟୁଛି। ଅର୍ଥାତ ଯେତେକି ସ˚ଖ୍ୟାରେ ଗଛ ନଷ୍ଟ କରାଯାଉଛି, ଏହାର ପ୍ରଭାବ ମାଫିଆଙ୍କ ଉପରେ ସେଭଳି ଢ˚ଗରେ ପଡ଼ୁନାହିଁ। ମୁଖ୍ୟ ରାସ୍ତାଠାରୁ ପ୍ରାୟ ୨୦ କିମି ଦୂର ଘ˚ଚ ଜ˚ଗଲରେ ଗ˚ଜେଇ ଚାଷ କରାଯାଉଥିବାରୁ ଉଭୟ ଅବକାରୀ ବିଭାଗ ଏବ˚ ପୁଲିସ ପାଇଁ ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ଅନ୍ୟପଟେ ମାଓବାଦୀଙ୍କ ଭୟ ବି ଥିବାରୁ ଜ˚ଗଲରେ ପଶି ଗ˚ଜେଇ ଚାଷ ନଷ୍ଟ କରିବାରେ ବଡ଼ ସମସ୍ୟା ହେଉଥିବା ଜଣେ ବରିଷ୍ଠ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।


from Kanak News https://ift.tt/2Z3cn0E https://ift.tt/2MfvBhR
ଖର୍ଚ୍ଚ ଚାଲିଛି ହେଲେ ଫଳ ଶୂନ୍ୟ । ଗଞ୍ଜେଇ ନିୟନ୍ତ୍ରଣ ପାଇଁ ୮ ବର୍ଷରେ ୪ କୋଟି ବ୍ୟୟ, ତଥାପି ସୁଧୁରୁନି ସ୍ଥିତି Kanak News ଖର୍ଚ୍ଚ ଚାଲିଛି ହେଲେ ଫଳ ଶୂନ୍ୟ । ଗଞ୍ଜେଇ ନିୟନ୍ତ୍ରଣ ପାଇଁ ୮ ବର୍ଷରେ ୪ କୋଟି ବ୍ୟୟ, ତଥାପି ସୁଧୁରୁନି ସ୍ଥିତି Kanak News Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.