ହାଡକୁ ନଷ୍ଟ କରିଦେବ ଏହି ୪ ଟି ଖାଦ୍ୟ ! ଆପଣ ମଧ୍ୟ ଏଭଳି ଖାଦ୍ୟ ଖାଉନାହାନ୍ତି ତ ? Kanak News

ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଆବଶ୍ୟକ ହୋଇଥାଏ। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍ ଡି’କୁ ଶରୀରରେ ଠିକ୍ ଭାବେ ବିଶୋଷିତ କରାଇଦେଇ ନ ଥାଏ। ଏହା ଯୋଗୁଁ ହେଉଥିବା କ୍ୟାଲସିୟମ୍ ଅଭାବକୁ ଶରୀର ହାଡ଼ରୁ ନେଇ ପୂରଣ କରିଥାଏ। ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇ ଫ୍ୟାକଚର୍ (ଭାଙ୍ଗିବା) ହେବାର ଆଶଙ୍କା ବଢ଼ିଯାଏ।

ନମକିନ୍ ଓ ଚିପ୍ସ୍ : ନମ୍କିନ୍ (ଖଟାମିଠା), ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ଅଧିକ ଥାଏ। ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ରାଶୟରୁ ବାହାରକୁ ପଳାଇ ଯାଇଥାଏ, ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ।

ଚିନିଜାତୀୟ ଖାଦ୍ୟ : ଚିନିଜାତୀୟ ଖାଦ୍ୟ ଓ ପାନୀୟରେ ଫସଫରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥ ବହୁ ମାତ୍ରାରେ ଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ହାଡ଼ ଦୁର୍ବଳ ହୋଇଯାଏ। ଏମିତିରେ ହାଡ଼ ଭାଙ୍ଗିବା ସମସ୍ୟା ବଢ଼ିପାରେ।

ପ୍ୟାକେଟ୍ ଖାଦ୍ୟ : ପ୍ୟାକେଟରେ ଆସୁଥିବା ପ୍ରୋସେସ୍ଡ୍ (ତିଆରି ହୋଇଥିବା) ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ରହିଥାଏ। ଏହା ଶରୀରରେ କ୍ୟାଲସିୟମ୍ର ମାତ୍ରା କମ୍ କରିଥାଏ। ଏହାଯୋଗୁଁ ହାଡ଼ ଦୁର୍ବଳ ହୋଇଥାଏ।

ଜଙ୍କ୍ ଫୁଡ୍ : ବର୍ଗର, ପିଜ୍ଜା, ପାସ୍ତା ଆଦି ଜଙ୍କ୍ ଫୁଡ୍ରେ ସୋଡିୟମ୍ ଅନେକ ମାତ୍ରାରେ ଥାଏ। ଏହା ମଧ୍ୟ ଶରୀରରେ କ୍ୟାଲ୍ସିୟମ୍ର ମାତ୍ରାକୁ କମ୍ କରିଥାଏ, ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ।ଆପଣଙ୍କ ଶରୀରର ହାଡ଼ ନଷ୍ଟ ହେବାର ବିପଦକୁ ବଢ଼ାଇଥାଏ ଏହି ୫ଟି ଖାଦ୍ୟ, ଆପଣ ଖାଉ ନାହାନ୍ତି ତ?



from Kanak News https://ift.tt/2Mz9Idj https://ift.tt/2ZnKvZt
ହାଡକୁ ନଷ୍ଟ କରିଦେବ ଏହି ୪ ଟି ଖାଦ୍ୟ ! ଆପଣ ମଧ୍ୟ ଏଭଳି ଖାଦ୍ୟ ଖାଉନାହାନ୍ତି ତ ? Kanak News ହାଡକୁ ନଷ୍ଟ କରିଦେବ ଏହି ୪ ଟି ଖାଦ୍ୟ ! ଆପଣ ମଧ୍ୟ ଏଭଳି ଖାଦ୍ୟ ଖାଉନାହାନ୍ତି ତ ? Kanak News Reviewed by SUBHENDU BARAL on August 22, 2019 Rating: 5

No comments:

Powered by Blogger.