ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର। ଏଣିକି ଅନଲାଇନରେ ବି ଦେଇ ହେବ ରାଜସ୍ୱ Kanak News

କନକ ବ୍ୟୁରୋ: ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର । ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା । ଗତକାଲି ଲୋକସେବା ଭବନରେ ଏହି ଅନଲାଇନ୍ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖଜଣା ଦେବାରେ ଆଉ ସମସ୍ୟା ରହିବ ନାହିଁ ଏବଂ ଚାଷୀ ସ୍ୱାଧିନଭାବେ ସୁବିଧାରେ ଖଜଣା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ତହସିଲ ଅଧିନର ଚାଷୀ ମନୋଜ କୁମାର ଦାସ, ଅନଲାଇନରେ ନିଜ ଖଜଣା ପଇଠ କରିଥିଲେ ।

ଯାହାକୁ ସିଧାସଳଖ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦେଖିଥିଲେ । ମାତ୍ର ଗୋଟିଏ ମିନିଟରେ ଆପଣ ଏହି ଅନଲାଇନ୍ ସେବା ଜରିଆର ରାଜସ୍ୱ ଦେଇପାରିବେ । ଏହା ସହ ଆପଣଙ୍କୁ ସଙ୍ଗେ ସଙ୍ଗେ ପେମେଂଟର ଏକ ରିସିଭ୍ ମିଳବ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ଇନିସିଏଟିଭର ପ୍ରମୁଖ ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ, ୨୦୨୦ ସୁଦ୍ଧା ସମସ୍ତ ସରକାରୀ ସେବାକୁ ଅନଲାଇନ୍ ଜରିଆରେ ଉପଲବ୍ଧ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।



from Kanak News https://ift.tt/2HbtI1k https://ift.tt/2YTOBJu
ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର। ଏଣିକି ଅନଲାଇନରେ ବି ଦେଇ ହେବ ରାଜସ୍ୱ Kanak News ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର। ଏଣିକି ଅନଲାଇନରେ ବି ଦେଇ ହେବ ରାଜସ୍ୱ Kanak News Reviewed by SUBHENDU BARAL on August 15, 2019 Rating: 5

No comments:

Powered by Blogger.