ଫୁଲବାଣୀ( ତ୍ରିନାଥ ସାହୁ) : ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ଶିକ୍ଷକ। ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡ଼ି ପଞ୍ଚାୟତର ବଗାଡ଼ି ଗ୍ରାମରେ।
ସୂଚନା ମୁତାବକ ଗୁଞ୍ଜିବାଡ଼ିରୁ ବଗାଡ଼ିକୁ ଯିବାବେଳେ ବଗାଡ଼ି ନଦୀ ପଡିଥାଏ। ବର୍ତ୍ତମାନ ବଗାଡ଼ି ନଦୀରେ ୫ଫୁଟ ଉଚ୍ଚରେ ପାଣି ଚାଲୁଛି। ତେବେ ଗତକାଲି ସ୍ୱାଧୀନତା ଦିବସ ଥିବାରୁ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ଶିକ୍ଷକ ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇଥିଲେ। ନଦୀର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ଗଛରେ ଏକ ଲମ୍ବା ଲୁହା ତାର ବନ୍ଧା ଯାଇଥିବାବେଳେ ସେହି ତାରକୁ ଧରି ଶିକ୍ଷକ ନଦୀ ପାର ହୋଇଥିଲେ।
ସଂପୃକ୍ତ ଶିକ୍ଷକଙ୍କର ଏଭଳି କର୍ତ୍ତବ୍ୟପରାୟଣାତାକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି। ନଦୀରେ ୫ଫୁଟର ଉଚ୍ଚର ପାଣି ଚାଲୁଥିଲେ ବି ସେ ଭୟଭୀତ ହୋଇନଯାଇ ଠିକ୍ ସମୟରେ ସ୍କୁଲ୍ରେ ପହଁଚି ସ୍ୱାଧୀନତା ଦିବସ ପାଳନରେ ଯୋଗ ଦେଇଦେଇଛନ୍ତି ।
from OTV Khabar. https://ift.tt/33Ebhfg
ସ୍ୱାଧୀନତା ଦିବସ ପାଳନ ପାଇଁ ନଦୀ ପାର ହୋଇ ସ୍କୁଲ ଗଲେ ଶିକ୍ଷକ Pradesh Pratyush
Reviewed by SUBHENDU BARAL
on
August 15, 2019
Rating:
No comments: