କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଲଦାଖରେ ଖୁସୁିର ମାହୋଲା ନାଚଗୀତ ସହ ଜାତୀୟ ସଙ୍ଗୀତ ଗାଇ ମନାଇଲେ ଖୁସି Kanak News

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ୩ ଦିନ ହେଲା ୧୪୪ ଧାରା ଜାରି ହୋଇଥିବା ବେଳେ ଗୁରୁବାର କିଛି ସମୟ ପାଇଁ କୋହଳ ହୋଇଥିଲା । ୩ ଦିନ ପରେ ଜମ୍ମୁ କାଶ୍ମୀର ଦୋଡା ଜିଲ୍ଲାର ଲୋକେ , ଖୋଲାଖୋଲି ରାସ୍ତା ଉପରେ ଏକାଠି ହୋଇଥିଲେ । ଦୋକାନ ବଜାର ଖୋଲାଯାଇଥିଲା । ଲୋକେ ଆବଶ୍ୟକୀୟ ଜିନିଷପତ୍ର କିଣାକିଣି କରିଥିଲେ । ରାସ୍ତାଘାଟରେ ଗାଡିମୋଟରର ଭିଡ ଜମିଥିଲା ।

ଟଙ୍କା ଉଠାଇବାକୁ ଏଟିଏମରେ ଲମ୍ବା ଲାଇନ୍ ଲାଗିଥିଲା । ଦିନରେ ମାତ୍ର ୬ ଘଂଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ , ସୁରକ୍ଷାକର୍ମୀ କିନ୍ତୁ ପହରା ଦେଉଥିଲେ । ଦୋଡା ସମେତ ସାମ୍ବା, କାଠୁଆ ଏବଂ କାଶ୍ମୀରର ଅନେକ ଅଂଚଳରେ ଏହିଭଳି ଭାବେ ୧୪୪ ଧାରା କୋହଳ କରାଯାଇଥିଲା । ତେବେ ସ୍କୁଲ କଲେଜ୍ ବନ୍ଦ ରହିଥିବା ବେଳେ ଅଫିସ ଖୋଲାରହିଥିଲା । ସେପଟେ ଲଦାଖର କାରଗିଲ୍ ଜିଲ୍ଲାରେ ଧାରା ୩୭୦ ଉଚ୍ଛେଦ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଅନ୍ୟପଟେ, କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଲଦାଖରେ ଖୁସୁିର ମାହୋଲ । ଲଦାଖରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଲେହ ଓ କାରଗିଲର ଲୋକମାନେ ସାମିଲ ହୋଇଥିଲେ । ବୌଦ୍ଧ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁସଲିମ୍ ସଂଗଠନ ମଧ୍ୟ ଯୋଗଦେଇଥିଲେ । ଜନଗଣମନ ଗାୟନ ସହ ନୃତ୍ୟ ଓ ଗୀତ ମଧ୍ୟ ଦେଖିବାକୁ ମିଳିଛି ।

ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସେମାନେ ସ୍ୱାଗତ କରିଛନ୍ତି । ତେବେ ଅଂଚଳର ସ୍ୱତନ୍ତ୍ର ଭାଷା ଓ ସଂସ୍କୃତି ବଂଚାଇ ରଖିବା ପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକମାନେ କହିଛନ୍ତି । ଅଗଷ୍ଟ ୫ରେ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କରିବା ସହ ଜମ୍ମୁକାଶ୍ମରକୁ ବିଭାଜନ କରିବା ନେଇ ଘୋଷଣା କରିଥିଲେ । ଜମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରିଥିଲେ ।



from Kanak News https://ift.tt/2KzvwCp https://ift.tt/2M8jumD
କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଲଦାଖରେ ଖୁସୁିର ମାହୋଲା ନାଚଗୀତ ସହ ଜାତୀୟ ସଙ୍ଗୀତ ଗାଇ ମନାଇଲେ ଖୁସି Kanak News କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଲଦାଖରେ ଖୁସୁିର ମାହୋଲା ନାଚଗୀତ ସହ ଜାତୀୟ ସଙ୍ଗୀତ ଗାଇ ମନାଇଲେ ଖୁସି Kanak News Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.