ଆଜି ସ୍ୟାଟ ବାର୍ ଆସୋସିଏସନର ଦିନିକିଆ କାର୍ଯ୍ୟବନ୍ଦ ଡାକରା Pradesh Pratyush

କଟକ  : ଆଜି ଦିନିକିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ସ୍ୟାଟ ବାର୍ ଆସୋସିଏସନ। ସରକାରଙ୍କ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।

ସମସ୍ତ ନିମ୍ନ ଅଦାଲତରେ ଓକିଲମାନେ ଏହି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ। ସ୍ୟାଟରେ ୭୪ ହଜାରରୁ ଅଧିକ ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି।

ଭୁବନେଶ୍ୱର ଓକିଲ ସଂଘ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। କଳା ବ୍ୟାଜ ପିନ୍ଧି ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରିବା ସହ ଜିଲ୍ଲା ଜଜ୍ ଅଦାଲତ ଆଗରେ ଆଇନ୍‌ଜୀବୀମାନେ ଧାରଣା ଦେବେ ବୋଲି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୁହାଯାଇଛି।



from OTV Khabar. https://ift.tt/31t5BmI
ଆଜି ସ୍ୟାଟ ବାର୍ ଆସୋସିଏସନର ଦିନିକିଆ କାର୍ଯ୍ୟବନ୍ଦ ଡାକରା Pradesh Pratyush ଆଜି ସ୍ୟାଟ ବାର୍ ଆସୋସିଏସନର ଦିନିକିଆ କାର୍ଯ୍ୟବନ୍ଦ ଡାକରା Pradesh Pratyush Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.