ତିନି ଥାକିଆ ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦର ! ଲାଗି ହେଲା ଏସଓପି, ଜାଣନ୍ତୁ କାହିଁକି ହାଇ ଆଲର୍ଟରେ ରହିଛି ବିମାନବନ୍ଦର Kanak News

କନକ ବ୍ୟୁରୋ : କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ହାଇ ଆଲର୍ଟ ଜାରି ହୋଇଛି। ଏଥିରେ ଭୁବନେଶ୍ବର ବିମାନବନ୍ଦର ପାଇଁ ହାଇ ଆଲର୍ଟ ଜାରି ହୋଇଛି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯାଇଛି। ପ୍ରବେଶ ପଥକୁ ସିଲ୍ କରାଯାଇ କଡ଼ା ଚେକି˚ ହେଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେବଳ ସେତିକି ନୁହେଁ, ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର୍ (ଏସ୍ଓପି) ଲାଗୁ ହୋଇଛି। ଗୃହ ମନ୍ତ୍ରାଳୟରୁ ସବୁଜ ସଂକେତ ମିଳିବା ପର୍ଯ୍ୟନ୍ତ ଏସ୍ଓପି ଲାଗୁ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ସର୍ବଦା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥାଉ। କିନ୍ତୁ ଏବେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରିଛୁ। ଏବେ ଆମେ ସବୁ ପୋଷ୍ଟରେ ସିଆଇଏସ୍ଏଫ୍ ମୁତୟନ ବଢ଼ାଇ ଦେଇଛୁ। ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରବେଶ ପଥରେ ୪ଜଣ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହେଉଛି। ଆମର ଡୋମେଷ୍ଟିକ ଟର୍ମିନାଲରେ ୬୭ଟି ସିସିଟିଭି ଲାଗିଛି। ଟର୍ମିନାଲ-୨ରେ ୪୪ଟି ସିସିଟିଭି ଲାଗିଛି। କୌଣସି ପରିସ୍ଥିତିରେ ବି କେହି ଆମ ନଜରରୁ ଖସି ପାରିବେନି। ଏହାସହ ଆମର କୁଇକ୍ ରେସ୍ପନ୍ସ ଟିମ୍ (କ୍ୟୁଆରଟି)ରେ ଅଧିକ ଯବାନ ସାମିଲ୍ କରାଯାଇଛି।
ସୁରକ୍ଷା ବ୍ୟବସ୍ଥା ଅନୁଯୟୀ, ଆମର ଟର୍ମିନାଲ ଭିତରେ ଯଦି କୌଣସି ବ୍ୟାଗ୍ କି ସାମଗ୍ରୀ ୧୫ ମିନିଟରୁ ଅଧିକ ରହିବ ଏବ˚ ଏହାର କେହି ଦାବିଦାର ନ ଥିବେ, ତେବେ ଆଲାରାମ ବାଜିବ। ଆମ ଯବାନ ତୁରନ୍ତ ଏହାର ଯାଞ୍ଚ କରିବେ। ବିମାନବନ୍ଦରକୁ ଚାରିପଟୁ ସୁରକ୍ଷା ଯୋଗାଇବା ପାଇଁ ୧୩ଟି ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟିଆ ମୁତୟନ କରାଯାଇଛି। ସେହିପରି ଏବେ ଇଣ୍ଟେନସିଭ୍ ସିକ୍ୟୁରିଟି ଡ୍ରିଲ୍, ଆଣ୍ଟି ହାଇଜାକି˚ ଟ୍ରାକି˚ ବ୍ୟବସ୍ଥା ଜୋରଦାର୍ କରାଯାଇଛି। ଏଥିରେ ବିମାନବନ୍ଦରକୁ ଆସୁଥିବା ଲୋକର ପ୍ରୋଫାଇଲ୍, ଉଦ୍ଦେଶ୍ୟ ସବୁ ଯାଞ୍ଚ କରାଯାଉଛି। ଯେପରି କେହି କୌଣସି ଅସ୍ତ୍ର ନେଇ ବିମାନରେ ନ ଯିବେ, ସେଥିପାଇଁ ଯବାନମାନେ ଯାଞ୍ଚ କଡ଼ାକଡ଼ି କରିଛନ୍ତି।ଏପରିକି ବିମାନବନ୍ଦର ମୁଖ୍ୟ ଫାଟକ ନିକଟରୁ ଆମର ସମସ୍ତ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ସହ ଯବାନ ମୁତୟନ ହୋଇଛନ୍ତି। ବିମାନବନ୍ଦରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଓ ଗାଡ଼ିର କଡ଼ାକଡ଼ି ଯାଞ୍ଚ ହେଉଛି। ଏବେ ସିଆଇଏସ୍ଏଫ୍ ଯବାନମାନେ ବିମାନବନ୍ଦରକୁ ଚାରିପଟୁ ଘେରି ରହିଛନ୍ତି। ତେବେ ସବୁଜ ସଙ୍କେତ ମିଳିବା ପରେ ପୂର୍ବ ଭଳି ସୁରକ୍ଷା ବ୍ୟବସ୍ଥା ବଦଳିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏବେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହୋଇଥିବାରୁ ଯାତ୍ରୀମାନେ ଧାର୍ଯ୍ୟ ସମୟ ପୂର୍ବରୁ ଚେକ୍ ଇନ୍ କରିନେବା ଦରକାର। ନଚେତ୍ ଚେକି˚ରେ ଫସି ବିମାନ ମିସ୍ କରିବାର ସମ୍ଭାବନା ଅଛି। ଯାତ୍ରୀମାନେ ଆଗୁଆ ଆସି ବୋର୍ଡି˚ ପାସ୍ କରିବାକୁ ବିମାନବନ୍ଦର ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
from Kanak News https://ift.tt/2KEhFKP https://ift.tt/2M9qRKC
ତିନି ଥାକିଆ ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦର ! ଲାଗି ହେଲା ଏସଓପି, ଜାଣନ୍ତୁ କାହିଁକି ହାଇ ଆଲର୍ଟରେ ରହିଛି ବିମାନବନ୍ଦର Kanak News
Reviewed by SUBHENDU BARAL
on
August 08, 2019
Rating:
No comments: