ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ କାର୍ଯ୍ୟର ଆଜି ଦ୍ୱିତୀୟ ଦିନ । ଜେସିବି ଭାଙ୍ଗିଲା ସେସୁ କାର୍ଯ୍ୟାଳୟ, ପ୍ରତିହାରୀ ନିଯୋଗ କୋଠା, ରାମଦୟା ପରିଷଦ, ସିଂହଦ୍ୱାର ଫାଣ୍ଡି Kanak News

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚାରିକଡରେ ଥିବା ଜବରଦଖଲ ଉଚ୍ଛେଦର ଆଜି ଦ୍ୱିତୀୟ ଦିନ । ପ୍ରବଳ ବିରୋଧ ସତ୍ୱେ ସରକାର, ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଓ ଘରୋଇ କୋଠା ଏବଂ ବେଆଇନ ଦୋକାନ ଘରକୁ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ପ୍ରତିହାରୀ ନିଯୋଗ କୋଠା, ରାମଦୟା ପରିଷଦ, ସିଂହଦ୍ୱାର ଫାଣ୍ଡି ଓ ଲୋକ ସଂପର୍କ ବିଭାଗର କୋଠା ବୁଲଡ୍ରୋଜର ମାଡରେ ଟଳିପଡିଛି । ସେହିପରି ଦକ୍ଷିଣ ଦ୍ୱାରର ସେସୁ କାର୍ଯ୍ୟାଳୟ, ପିଏଚଡି କାର୍ଯ୍ୟାଳୟ, ଶୌଚାଳୟ ସମେତ ଛୋଟବଡ ଦୋକାନ ଭଙ୍ଗାଯାଇଛି ।

ସିଂହଦ୍ୱାର ସାମ୍ନାରେ ଥିବା ଫାଣ୍ଡିକୁ ମଧ୍ୟ ଘୁଂଚାଇ ଦିଆଯାଇଛି । ସିଂହଦ୍ୱାର ଓ ଉତରଦ୍ୱାର ମଝିରେ ରହିଥିବା ଦୁଇଟି ଜୋତା ଷ୍ଟାଣ୍ଡ, ମୋବାଇଲ୍ ଷ୍ଟାଣ୍ଡ ଓ ଦିବ୍ୟାଙ୍ଗ ରାମ୍ପକୁ ବଡଦାଣ୍ଡ ବ୍ୟାରିକେଡ୍ ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି । ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ ଅଭିଯାନ ଶେଷ ହେବା ପରେ କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ୭୫ ମିଟର ଓସାରରେ ଶ୍ରୀମନ୍ଦିର ଚାରିପାଖକୁ ଘର, ମଠ ଓ ମନ୍ଦିର ମୁକ୍ତ କରାଯିବ ।
from Kanak News https://ift.tt/2KJvOb9 https://ift.tt/2KH486w
No comments: