ଜଟିଳ ଚରଣରେ ପହଂଚିଲା ଚନ୍ଦ୍ରଯାନ-୨ । ଆଜି ଚନ୍ଦ୍ର କକ୍ଷ ପଥରେ କରିବ ପ୍ରବେଶ : ବେଗ ନିୟନ୍ତ୍ରଣ ନହେଲେ ଜହ୍ନପୃଷ୍ଠରେ ପିଟି ହୋଇ ଧ୍ୱଂସ ହେବ ଯାନ Kanak News

କନକ ବ୍ୟୁରୋ : ଇସ୍ରୋ ଓ ଭାରତ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୨। ସକାଳ ୮ଟାରୁ ୯ଟା ୩୦ ମିନିଟ ଭିତରେ ଭାରତର ମହାକାଶ ଯାନ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି । ଆଉ ଏହି ସମୟ ଭାରତର ଚନ୍ଦ୍ର ଅଭିଯାନ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଚନ୍ଦ୍ରଯାନ-୨ ନିଜ ଲକ୍ଷ୍ୟସ୍ଥଳର ଗୋଟିଏ ପାଦ ନିକଟକୁ ଯିବ । ପୃଥିବୀର କକ୍ଷପଥ ଛାଡିଥିବା ଏହି ମହାକାଶଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତିରେ ଲାଗିପଡିଛନ୍ତି ଇସ୍ରୋ ବୈଜ୍ଞାନିକ ।

from Kanak News https://ift.tt/2ZfsmwO https://ift.tt/2KQVD7W
No comments: