ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ, ୮ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ ୧୯|୮: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିକରି ଥିବା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ମେଘନାଦ ପାଚେରୀକୁ ଲାଗିକରି ଥିବା ସମସ୍ତ ସରକାରୀ ଓ ବେସରକାରୀ ଘର ଭଙ୍ଗାଯିବା ନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା । ସୂଚନାକେନ୍ଦ୍ର, ସିଂହଦ୍ବାର ଫାଣ୍ଡି, ଜନସ୍ବାସ୍ଥ୍ୟ ବିଭାଗର ପମ୍ପ୍ ହାଉସ୍, ସେସୁ ଅଫିସ, ଏହିପରି ମେଘନାଦ ପାଚେରୀକୁ ଲାଗିକରିଥିବା ୭ଟି ସରକାରୀ କୋଠା ଓ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟାଳୟଗୁଡିକୁ ଭଙ୍ଗାଯିବ। ପରେ ଅନ୍ୟସବୁ ଘର ସବୁ ଭଙ୍ଗାଯିବା ନେଇ ସୂଚନା ମିଳିଛି । ଶ୍ରୀମନ୍ଦିର ଫାଣ୍ଡି ସମେତ ସୂଚନା କେନ୍ଦ୍ର ପାଇଁ ସିଂହଦ୍ବାର ସମ୍ମୁଖରେ ଅସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରାଯାଇଛି।

ନିଷ୍ପତ୍ତି ହୋଇଥିବା ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଏବେ ଆରମ୍ଭ କରାଯାଉନି। କେବଳ ପୂର୍ବ ନିଷ୍ପତ୍ତି ମୁତାବକ ମେଘନାଦ ପାଚେରୀକୁ ଅବରୋଧ କରୁଥିବା କାର୍ଯ୍ୟାଳୟଗୁଡିକୁ ଭଙ୍ଗାଯିବ। ଉଚ୍ଛେଦ ପ୍ରକ୍ରିୟା ପାଇଁ ୮ ପ୍ଲାଟୁନ୍ ପୋଲିସ ମୁତୟନ ହେବା ସହ ମାଜିଷ୍ଟ୍ରେଟ ଉପସ୍ଥିତ ରହିଛନ୍ତି ।



from Prameya News7 https://ift.tt/2NdDrbq
ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ, ୮ ପ୍ଲାଟୁନ୍ ପୋଲିସ ମୁତୟନ ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ, ୮ ପ୍ଲାଟୁନ୍ ପୋଲିସ ମୁତୟନ Reviewed by SUBHENDU BARAL on August 18, 2019 Rating: 5

No comments:

Powered by Blogger.