କଟକ: କଟକରେ ତିନି ତିନିଟି ହତ୍ୟାକାଣ୍ଡ ଘଟାଇଥିବା ସିରିଏଲ କିଲର୍ ନାରାୟଣ ସାହୁକୁ ଗତ ୨ ଦିନ ଧରି ପୁଲିସ୍ ଜେରା କରୁଛି। ଓଏମ୍ପି ଛକର ଯେଉଁ ସ୍ଥାନରେ ନାରାୟଣ ହତ୍ୟାକାଣ୍ଡ ଘଟାଇଥିଲା ପୁଲିସ୍ ସେହି ସ୍ଥାନକୁ ତାକୁ ନେଇ ତଦନ୍ତ କରିଛି।
କେମିତି ହତ୍ୟା କରିଥିଲା ତା’ର ଡେମୋ ମଧ୍ୟ ପୁଲିସ୍କୁ ସେ ଦେଖାଇଛି। ଖାଲି ଏତିକି ନୁହେଁ ଯେଉଁ ସ୍ଥାନରେ ସେ ଧାରୁଆ ଅସ୍ତ୍ର ଲୁଚାଇ ରଖିଥିଲା ସେ ସମ୍ପର୍କରେ ମଧ୍ୟ ପୁଲିସ୍ ଆଗରେ କହିଛି। ତେବେ ଉକ୍ତ ସ୍ଥାନରୁ ପୁଲିସ୍ ଧାରୁଆ ଅସ୍ତ୍ରକୁ ଜବତ କରିଛି।
ଅନ୍ୟପକ୍ଷରେ, ସିରିଏଲ ହତ୍ୟାକାଣ୍ଡ ଘଟଣାରେ ନାରାୟଣଙ୍କ ସମ୍ପୃକ୍ତିକୁ ନେଇ ପରିବାର ଲୋକ ଖଣ୍ଡନ କରିଛନ୍ତି। ପୁଲିସ୍ ପ୍ରକୃତ ଅଭିଯୁକ୍ତକୁ ଧରିବାରେ ବିଫଳ ହେବାରୁ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଫସାଇ ଦିଆଯାଇଥିବା ତାଙ୍କ ପତ୍ନୀ ଓ ଗ୍ରାମବାସୀ କହିଛନ୍ତି।
from OTV Khabar. https://ift.tt/2Muh5SI
ପୁଲିସ୍କୁ ହତ୍ୟାର ଡେମୋ ଦେଖାଇଲା ନାରାୟଣ Rajalaxmi Sahoo
Reviewed by SUBHENDU BARAL
on
July 31, 2019
Rating:
Reviewed by SUBHENDU BARAL
on
July 31, 2019
Rating:
No comments: