ବେପରୁଆ ଗାଡିଚାଳନା କରୁଥିବା ବ୍ୟକ୍ତି ପାଇଁ ହେବ କଠୋର ଦଣ୍ଡବିଧାନ : ଟ୍ରାଫିକ ନିୟମ ଭାଙ୍ଗିଲେ ଏଣିକି ଜୋରିମାନା ୫ ଗୁଣା ଅଧିକ Kanak News

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ୫ଗୁଣା ଜରିମାନା । ଦେଶର ସଡ଼କ ସୁରକ୍ଷାକୁ ବଢାଇବା ପାଇଁ ଉଦ୍ଧିଷ୍ଟ ମଟର ଯାନ ସଂଶୋଧନ ବିଲ ୨୦୧୯କୁ ରାଜ୍ୟସଭାରେ ମଂଜୁରୀ ମିଳିଛି । ବିଲ ସପକ୍ଷରେ ୧୦୮ ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୩ଟି ଭୋଟ ମିଳିଥିଲା । ଏହି ବିଲରେ ବେପାରୁଆ ଭାବେ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରହିଛି କଠୋର ଦଣ୍ଡ ବିଧାନ । ଏହା ସହ ଜରିମାନା ରାଶିକୁ ମଧ୍ୟ ଦୁଇ ଗୁଣା ବଢାଇ ଦିଆଯାଇଛି । ମଦ କିମ୍ବା ନିଶା ସେବନ କରି ଗାଡ଼ି ଚଳାଇଲେ ଜରିମାନା ୫ଗୁଣା ଅଧିକା ଦେବାକୁ ପଡ଼ିବ ।

ବର୍ତ୍ତମାନ ଏହି ବାବଦରେ ୨ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଛି । ନୂଆ ବିଲରେ ରାଷ୍ଟ୍ରପତିଙ୍କ ମୋହର ଲାଗିଲେ ବେପାରୁଆ ଗାଡ଼ି ଚାଳକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିଭଳି ମଦ କିମ୍ବା ନିଶା ସେବନକାରୀଙ୍କ ପାଇଁ ମଧ୍ୟ ଜରିମାନା ରାଶି ବୃଦ୍ଧି କରାଯାଇଛି । ନାବାଳକ ଗାଡି ଚଳାଇଲେ, ବିପଦଜନକ ଭାବେ ଡ୍ରାଇଭିଂ କଲେ, ବିନା ଲାଇଲେନ୍ସରେ ଗାଡି ଚଳାଇଲେ , ଓଭରଲୋଡ ହୋଇଥିଲେ ବି କଠୋର ଦଣ୍ଡ ଓ ଅଧିକ ଜୋରିମାନାର ବ୍ୟବସ୍ଥା ରହିଛି ।

ମୋଟର ଯାନ ମାନଦଣ୍ଡ ପୂରଣ କରିବାରେ ବିଫଳ ହେଲେ ଗାଡି ନିର୍ମାତା ଶହେ କୋଟି ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିପାରେ କିମ୍ବା ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡିପାରେ କିମ୍ବା ଉଭୟ ହୋଇପାରେ । ସେହିଭଳି ଜଣେ ଠିକାଦାର ସଡକ ଡିଜାଇନରେ ତ୍ରୁଟି କରିଥିଲେ ଲକ୍ଷେ ଯାଏଁ ଜୋରିମାନା ଦେବାକୁ ପଡିପାରେ । ଏହି ଜୋରିମାନା ରାିଶି ପ୍ରତିବର୍ଷ ୧୦ ପ୍ରତିଶତ ଲେଖାଁଏ ବଢିବ ।



from Kanak News https://ift.tt/2SXpQFP https://ift.tt/2YtNZJB
ବେପରୁଆ ଗାଡିଚାଳନା କରୁଥିବା ବ୍ୟକ୍ତି ପାଇଁ ହେବ କଠୋର ଦଣ୍ଡବିଧାନ : ଟ୍ରାଫିକ ନିୟମ ଭାଙ୍ଗିଲେ ଏଣିକି ଜୋରିମାନା ୫ ଗୁଣା ଅଧିକ Kanak News ବେପରୁଆ ଗାଡିଚାଳନା କରୁଥିବା ବ୍ୟକ୍ତି ପାଇଁ ହେବ କଠୋର ଦଣ୍ଡବିଧାନ : ଟ୍ରାଫିକ ନିୟମ ଭାଙ୍ଗିଲେ ଏଣିକି ଜୋରିମାନା ୫ ଗୁଣା ଅଧିକ Kanak News Reviewed by SUBHENDU BARAL on July 31, 2019 Rating: 5

No comments:

Powered by Blogger.