ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲକାଏଦାର ନିହତ ମୁଖ୍ୟ ଓସାମା ବିନ୍ ଲାଡେନ୍ର ପୁଅ ହମ୍ଜା ବିନ୍ ଲାଡେନ୍ ମୃତ୍ୟୁ ହୋଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଆମେରିକା ଏଭଳି ଦାବି କରିଛି। କିନ୍ତୁ କେଉଁଠି ଏବଂ କିପରି ହମ୍ଜାର ମୃତ୍ୟୁ ହୋଇଛି, ସେ ବିଷୟରେ କିଛି ସୂଚନା ମିଳିନାହିଁ।
ହମ୍ଜା କେଉଁଠି ରହୁଛି, ଏନେଇ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ଚଳିତ ବର୍ଷ ଫେବୃଆରୀରେ ଆମେରିକା ସରକାର ଘୋଷଣା କରିଥିଲେ। ହମ୍ଜାକୁ ଧରାଇ ଦେଲେ ୧୦ ଲକ୍ଷ ଡଲାର ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।
ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହମ୍ଜା ଆମେରିକା ଓ ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା। ଏନେଇ ସେ ଏକ ଅଡିଓ-ଭିଡିଓ ମଧ୍ୟ ଜାରି କରିଥିଲା।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ହମ୍ଜା ବିନ୍ ଲାଡେନ୍ର ନାଁକୁ ପ୍ରତିବନ୍ଧିତ ତାଲିକାଭୁକ୍ତ କରିଥିଲା। ଏହାପରେ ସାଉଦି ଆରବ ହମ୍ଜାର ନାଗରିକତ୍ୱ ରଦ୍ଦ କରିଥିଲା।
from OTV Khabar. https://ift.tt/2yq2pvH
ଲାଡେନ୍ର ପୁଅ ହମ୍ଜାର ମୃତ୍ୟୁ, ଦାବି କଲା ଆମେରିକା Rajalaxmi Sahoo
Reviewed by SUBHENDU BARAL
on
July 31, 2019
Rating:
No comments: