କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ପାଟକୁରା ବିଧାନସଭା ଭୋଟ୍‌ ଗଣତି Rajalaxmi Sahoo

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ଆଜି ସକାଳର ୮ଟାରୁ ଭୋଟ୍‌ ଗଣତି ଆରମ୍ଭ  ହୋଇଛି। ଭୋଟ୍‌ ଗଣତି ପାଇଁ ୧୮ଟି ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ।

ପ୍ରତି ଟେବୁଲ୍ ପାଇଁ ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସନଲ୍‌ ରହିବେ। ଶୀଘ୍ର ଗଣତି କରି ଦିନ ଗୋଟାଏ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ଭୋଟ୍‌ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ପୂରା ଅଞ୍ଚଳ ସିସିଟିଭି ନଜରରେ ଥିବା ବେଳେ ସୁରକ୍ଷାକର୍ମୀ ମଧ୍ୟ ଜଗି ରହିଛନ୍ତି।

ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନରେ କାହାର ହେବ ବାଜିମାତ୍‌, ସେନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି।  ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି।



from OTV Khabar. https://ift.tt/30V3DLz
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ପାଟକୁରା ବିଧାନସଭା ଭୋଟ୍‌ ଗଣତି Rajalaxmi Sahoo କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ପାଟକୁରା ବିଧାନସଭା ଭୋଟ୍‌ ଗଣତି Rajalaxmi Sahoo Reviewed by SUBHENDU BARAL on July 23, 2019 Rating: 5

No comments:

Powered by Blogger.