ମେଷ – କାର୍ଯ୍ୟ ଆନନ୍ଦଦାୟକ ହେବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ପରକୁ ଆପଣାର ଶକ୍ତି ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ବୃଷ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ସମ୍ମାନିତ ହୋଇପାରନ୍ତି । ମନ୍ତ୍ରଣାଦାତା ହେବେ । କାବ୍ୟ ରଚନା କରିପାରନ୍ତି । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ମିଳିପାରେ ।
ମିଥୁନ – ମଙ୍ଗଳମୟ କାର୍ଯ୍ୟ କରିପାରନ୍ତି । ତଥାପି ମନ ଦୁର୍ବଳ ରହିବ । ସତ୍ୟବାଦି ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ବ୍ୟବହାର ପାରଙ୍ଗମ ହେବେ । ପିତୃଭକ୍ତିଯୁକ୍ତ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । କୃଷିକର୍ମକାରୀ ହେବେ ।
କର୍କଟ – ଦାୟିତ୍ୱବାନ୍ ହେବେ । ଅଧିକାର ସାବ୍ୟସ୍ତ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଶାନ୍ତି-ସନ୍ତୋହ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ସର୍ବତ୍ର ବିଜୟୀ ହେବେ ।
ସିଂହ – ସମ୍ମାନକୁ ଜଗି ଚଳିବାକୁ ପଡିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧନ,ଯାନ-ବାହନରୁ ସୁଖ ଭୋଗ କରିପାରନ୍ତି । ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭର ସୂଚନା ମିଳୁଛି । ଶ୍ରେଷ୍ଠ ପଦ-ପଦବୀରେ ଆରୁଢ ହୋଇପାରନ୍ତି ।
କନ୍ୟା – ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବା ସହିତ ଶୁଭେଚ୍ଛା ବାର୍ତ୍ତା ମିଳିପାରେ । ସୁସମାଚାର ପାଇ ଖୁସି ହୋଇପାରନ୍ତି । ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ । ସରକାରୀ ଓ ବେସରକାରୀ ସମର୍ଥନ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି ।
ତୁଳା – ମନରେ ଦ୍ୱିଧାଭାବ ଜାତ ହୋଇପାରେ । ରଜପୁଜିତ ହେବେ । ଯାନ-ବାହନଯୁକ୍ତ ହୋଇପାରନ୍ତି । ସାମାଧିଶ ହେବାର ସୂଚନା ମିଳୁଛି । ପରାକ୍ରମଶାଳୀ ହୋଇପାରନ୍ତି । ବହୁ ପୋଷକ ହେବେ । ଗୁରୁ କୃପାରୁ ବଳୀୟାନ୍ ହୋଇପାରନ୍ତି ।
ବିଛା – କନ୍ୟା ଦାନ କରି ପ୍ରଶଂସିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଯଶସ୍ୱୀ ହେବେ । ଚିନ୍ତାଶାରା ଉନ୍ନତମାନର ହେବ । ଦେବଦର୍ଶନର ସୌଭାଗ୍ୟ ଅଛି । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ ।
ଧନୁ – ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ପ୍ରତାରିତ କରିବାକୁ କେହି ଚେଷ୍ଟା କରିପାରନ୍ତି । କାର୍ଯ୍ୟ ହାଲସ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବରେ । ରାଜତୁଲ୍ୟ ହେବା ଆଶା କରାଯାଏ । ଆଖି ଯନ୍ତ୍ରଣା ଅନୁଭବ କରିପାରନ୍ତି ।
ମକର – ଯେଉଁ ବାର୍ତ୍ତା ପାଇବେ ସେଥିରେ ମନ କଷ୍ଟ ହୋଇପାରେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଧନ-ବୃଦ୍ଧି ଲାଭ ହୋଇପାରେ । ମହାମାନବର ମାନ୍ୟତା ମିଳିପାରେ । ଶ୍ରେଷ୍ଠ ପଦବୀରେ ଆସିନ ହୋଇପାରନ୍ତି ।
କୁମ୍ଭ – ମନ ଚଞ୍ଚଳ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଉନ୍ନତି ପଥରେ ଆଗୁସାର ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ସୁଭାଷୀ ହେବେ । ଉତ୍ତମ ବିଦ୍ୟାର ଅଧିକାରୀ ହେବେ । ତେଜୀୟାନ୍ ହେବେ । ଚଞ୍ଚଳତାଯୁକ୍ତ ହେବେ ।
ମୀନ – ପଡୋଶୀଙ୍କ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ । ସଜ୍ଜନ ମଣ୍ଡଳୀର କୃପାପାତ୍ର ହୋଇପାରନ୍ତି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଲୋକ ଚକ୍ଷୁରେ ମହାନ୍ ହୋଇପାରନ୍ତି ।
from Prameya News7 https://ift.tt/2JNjiHa
No comments: