ଏଣିକି ଅନଲାଇନରେ ଉପଲବ୍ଧ ହେବ ବନ୍ଧୁକ, ବିବାହ ଶୋଭାଯାତ୍ରା ଓ ବାଣ ଲାଇସେନ୍ସ : କମିସନରେଟ୍ ପୋଲିସର ନୂଆ ଯୋଜନା Kanak News
କନକ ବ୍ୟୁରୋ : କମିସନରେଟ ପୁଲିସର ନୂଆ ଯୋଜନା । ଏଣିକି କେତେକ ନିର୍ଦିଷ୍ଟ ବିଭାଗର ଲାଇସେନ୍ସ ପାଇଁ ଆଉ ବାରମ୍ବାର ଥାନା, ଏସିପି, ଡିସିପି ଓ କମିସନରେଟ ପୁଲିସ ମୁଖ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ । ଅନଲାଇନ ମାଧ୍ୟମରେ ୬ଟି ବିଭାଗ ଲାଇସେନ୍ସ ଘରେ ବସି ମିଳି ପାରିବ । ସେଗୁଡ଼ିକ ହେଲା, ବନ୍ଧୁକ ଲାଇସେନ୍ସ, ବିବାହ ଶୋଭାଯାତ୍ରା ଲାଇସେନ୍ସ, ବାଣ ଲାଇସେନ୍ସ, ପଟ୍ରୋଲ ପମ୍ପ ଲାଇସେନ୍ସ ଓ ସିନେମାଟୋଗ୍ରାଫି ଲାଇସେନ୍ସ ପ୍ରମୁଖ ।
ଗତକାଲି କମିସନରେଟ ପୁଲିସ ମୁଖ୍ୟାଳୟରେ ଏ ନେଇ ଏକ ବୈଠକ ବସିଥିଲା । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପୁଲିସ କମିସନର ସତ୍ୟଜିତ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ପାସପୋର୍ଟ ଭେରିଫିକେସନ, ଚରିତ୍ର ସାର୍ଟିଫିକେଟ ଅନଲାଇନ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା । ଏ ନେଇ ଉପରୋକ୍ତ ଲାଇସେନ୍ସ କିଭଳି ଅନ୍ଲାଇନ ମାଧ୍ୟମରେ ପ୍ରଦାନ କରାଯାଇପାରିବ, ସେ ନେଇ ମାନସ ମନ୍ଥନ ହୋଇଥିଲା ।
ଯଦି କମିସନରେଟ୍ ପୁଲିସ ପାସପୋର୍ଟ ଭେରିଫିକେସନ୍ କରିପାରୁଛି କାହିଁକି ଅନ୍ୟ ସେବାଗୁଡ଼ିକ ଅନ୍ଲାଇନ୍ ମଧ୍ୟରେ ଯୋଗାଇହେବ ନାହିଁ ବୋଲି ଅନେକ ବରିଷ୍ଠ ଅଧିକାରୀ ମତ ରଖିଥିଲେ । ଏହାପରେ ଉପରୋକ୍ତ ସେବାଗୁଡ଼ିକୁ ଅନ୍ଲାଇନ୍ ମାଧ୍ୟମରେ ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଆଜିର ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ ଏକ ଆପ୍ ପ୍ରଚଳନ କରାଯିବାକୁ ସ୍ଥିର ହୋଇଛି । ଯେଉଁ ଆପ୍ କେବଳ ପୁଲିସ କର୍ମଚାରୀମାନେ ବ୍ୟବହାର କରିବେ । ଏଭଳି ଆପ୍ ପୁଲିସର ତଦନ୍ତ, କେସ୍ ଡାଏରି ଲେଖିବା, ଚାର୍ଜସିଟ ଆଦିରେ ଅନେକ ସହଯୋଗ କରିବ ବୋଲି ପୁଲିସ କମିସନର୍ ସୂଚନା ଦେଇଛନ୍ତି ।
from Kanak News https://ift.tt/2M7rRhr https://ift.tt/2y7jydk
No comments: