ଗଂଜାମ : ଚାଷୀଙ୍କ ସହ ଜମିରେ ଧାନ ରୋଇଲେ ଜିଲ୍ଲାପାଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ମଥୁରା ପଂଚାୟତର ଭରସା ଗ୍ରାମରେ।
ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ନେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଅଂଚଳକୁ ଯାଇଥିଲେ। ଏହି ସମୟରେ ସେଠାରେ ନିଜେ କାଦୁଅ ଜମିରେ ଧାନ ରୋଇଥିଲେ।
ଜିଲ୍ଲାପାଳଙ୍କ ସହ କିଛି ଅଧିକାରୀ ମଧ୍ୟ କାଦୁଅ ଜମିରେ ଧାନ ରୋଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
from OTV Khabar. https://ift.tt/2KaCygG
ଜମିରେ ଧାନ ରୋଇଲେ ଜିଲ୍ଲାପାଳ Pradesh Pratyush
Reviewed by SUBHENDU BARAL
on
July 29, 2019
Rating:
No comments: