ମୁମ୍ବାଇ: ରୋହିତ ଶର୍ମାଙ୍କ ସହ କୌଣସି ପ୍ରକାର ବିବାଦକୁ ଖଣ୍ଡନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି। ରୋହିତଙ୍କ ପ୍ରଦର୍ଶନକୁ ସେ ସବୁବେଳେ ପ୍ରଶଂସା କରି ଆସିଛନ୍ତି। ଖେଳ ପରେ ଚେଞ୍ଜିଂ ରୁମ୍ରେ ସେ ସବୁବେଳେ ସାଥୀଙ୍କ ସହ ମଜା କରିଥାନ୍ତି ଓ ସାଥୀ ଖେଳାଳି କ୍ରିକେଟ ମାଧ୍ୟମରେ ଦେଶକୁ ଆଗକୁ ନେବାକୁ ଚେଷ୍ଟା କରୁଥିବାବେଳେ ଗଣମାଧ୍ୟମରେ ଏଭଳି ଅପପ୍ରଚାର କିପରି ହେଉଛି ବୋଲି ପ୍ରଶ୍ନ କରିଛନ୍ତି କୋହଲି।
ୱେଷ୍ଟ ଇଣ୍ଡିଜ ଗସ୍ତ ପୂର୍ବରୁ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ ଏ ନେଇ ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ରୋହିତଙ୍କ ସହ ତାଙ୍କର ଭଲ ସଂପର୍କ ନଥିବା ଯାହା ଚର୍ଚ୍ଚା ହେଉଛି ସେ ସବୁ ଭୁଲ୍।
It is baffling to read (reports of an alleged rift). We are feeding off lies, overlooking facts & turning a blind eye to all the good things that have happened. It is disrespectful: @imVkohli pic.twitter.com/gl9oPm8veE
— BCCI (@BCCI) July 29, 2019
from OTV Khabar. https://ift.tt/2Os1tS7
No comments: