ଆଜି ରାଜ୍ୟସଭାରେ ଆସିବ ତିନି ତଲାକ୍ ଟେଷ୍ଟ: ଉଚ୍ଚସଦନରେ ନାହିଁ ବିଜେପିର ନମ୍ବର, ପାସ୍ କରିବା ବଡ ଚ୍ୟାଲେଂଜ୍ Kanak News

କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ୍ ବିଲ୍ । ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା ।

ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ସହଯୋଗୀ ଦଳ ଜେଡିୟୁ ମଧ୍ୟ ବିଲ୍ ବିପକ୍ଷରେ ଭୋଟ୍ ଦେବ ନାହିଁ ବୋଲି ସୂଚନା ଦେଇସାରିଛି । ପତ୍ନୀଙ୍କୁ ତିନି ଥର ତଲାକ କହି ତଲାକ୍ ଦିଆଯାଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ୍ ଆଣିଛନ୍ତି, ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି ।



from Kanak News https://ift.tt/32YYZxM https://ift.tt/2KhxXZY
ଆଜି ରାଜ୍ୟସଭାରେ ଆସିବ ତିନି ତଲାକ୍ ଟେଷ୍ଟ: ଉଚ୍ଚସଦନରେ ନାହିଁ ବିଜେପିର ନମ୍ବର, ପାସ୍ କରିବା ବଡ ଚ୍ୟାଲେଂଜ୍ Kanak News ଆଜି ରାଜ୍ୟସଭାରେ ଆସିବ ତିନି ତଲାକ୍ ଟେଷ୍ଟ: ଉଚ୍ଚସଦନରେ ନାହିଁ ବିଜେପିର ନମ୍ବର, ପାସ୍ କରିବା ବଡ ଚ୍ୟାଲେଂଜ୍ Kanak News Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.