ରାଜଧାନୀରେ ମୁକୁଳା ଡ୍ରେନ୍ ହେଲା କାଳ । ସାଲିଆସାହି ଡ୍ରେନରେ ଭାସିଯାଇ ୭୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ Kanak News

bhubaneswar

କନକ ବ୍ୟୁରୋ : ରାଜଧାନୀରେ ମୁକୁଳା ଡ୍ରେନ୍ ନେଇଛି ଆଉ ଏକ ଜୀବନ । ଭୁବନେଶ୍ୱର ସାଲିଆସାହି ନିକଟ ଡ୍ରେନରେ ଭାସିଯାଇ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଆପମ୍ମା ଏବଂ ଘର ଆନ୍ଧ୍ରପ୍ରଦେଶରେ । ତେବେ ସେ ସାଲିଆସାହିର ଆଦିବାସୀ ବସ୍ତିରେ ରହୁଥିଲେ । ଗତକାଲି ସକାଳୁ ବର୍ଷା ଲାଗିରହିଥିବା ବେଳେ ସନ୍ଧ୍ୟାରେ ବି ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ଫଳରେ ଡ୍ରେନରେ ପାଣିର ପ୍ରବଳ ସ୍ରୋତ ଚାଲିଥିଲା । ରାତି ପ୍ରାୟ ୯ଟାରେ ବୃଦ୍ଧା ଜଣକ ନିଜ ଘରକୁ ଫେରୁଥିଲେ ।

ଏହି ସମୟରେ ସାହି ନିକଟରେ ମୁକୁଳା ପଡିଥିବା ଡ୍ରେନରେ ସେ ଭାସିଯାଇଥିଲେ । ଅଳ୍ପ କିଛି ଦୂରରୁ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ମୃତଦେହ ରଖି ଉତ୍ୟକ୍ତ ଲୋକ ଜୟଦେବ ବିହାର ଏବଂ ଏକାମ୍ର ଭିଲ୍ଲା ରାସ୍ତାରୋକ କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ କମିଶନର ଏବଂ ଡିସିପି ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ



from Kanak News https://ift.tt/2Y4AFvV https://ift.tt/32OJnx3
ରାଜଧାନୀରେ ମୁକୁଳା ଡ୍ରେନ୍ ହେଲା କାଳ । ସାଲିଆସାହି ଡ୍ରେନରେ ଭାସିଯାଇ ୭୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ Kanak News ରାଜଧାନୀରେ ମୁକୁଳା ଡ୍ରେନ୍ ହେଲା କାଳ । ସାଲିଆସାହି ଡ୍ରେନରେ ଭାସିଯାଇ ୭୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ Kanak News Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.