ନିଷ୍ପତ୍ତିର ହେଲା ପୁନଃବିଚାର ! ଏଣିକି ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି Kanak News

କନକ ବ୍ୟୁରୋ : ୨୦୧୭ରୁ ଶ୍ରୀମନ୍ଦିର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିବା ବେଳେ ଏହି ନିଷ୍ପତ୍ତିର ପୁନଃବିଚାର କରାଯାଇଛି। ଖୁବ ଶୀଘ୍ର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ ହେବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କୁ ଉତ୍ତମମାନର ଟଙ୍କ ତୋରାଣି ଦିଆଯିବ। ଏ ସଂପର୍କରେ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା କରାଯାଇ ସ୍ଥାନ ନିରୂପଣ କରାଯିବ। ଦୁଇଦିନ ଭିତରେ ସୁଆର ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି।
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି କରାଯାଉଥିଲା। ଭକ୍ତମାନେ ଏହାକୁ ଆନନ୍ଦରେ ପିଉଥିଲେ। କାଳକ୍ରମେ ଏହାର ମାନ ପ୍ରତି ଆଉ ଗୁରୁତ୍ବ ଦିଆଗଲା ନାହିଁ। ଅନାବଶ୍ୟକ ଗହଳି ବି ଜମିଲା। ଏହାକୁ ନେଇ ଅଭିଯୋଗ ହେବା ପରେ ୨୦୧୭ରେ ଶ୍ରୀମନ୍ଦିରର ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଟଙ୍କ ତୋରାଣି ବିକ୍ରିକୁ ବନ୍ଦ କରିଥିଲେ। ତେବେ ଏହାକୁ କେନ୍ଦ୍ର କରି ବିବାଦ ଉପୁଜିବା ସହ ପୁଣି ଥରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ କରିବାକୁ ଦାବି ହୋଇ ଆସୁଥିଲା। ସୁଆରଙ୍କ ଦାବି ଓ ଭକ୍ତଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ପୁଣି ଥରେ ଟଙ୍କ ତୋରାଣି ବିକ୍ରି କରାଯିବା ଲାଗି  ବୈଠକରେ ନିଷ୍ପତ୍ତି ହୋଇଛି।


from Kanak News https://ift.tt/2YtiDyL https://ift.tt/2K0YNXA
ନିଷ୍ପତ୍ତିର ହେଲା ପୁନଃବିଚାର ! ଏଣିକି ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି Kanak News ନିଷ୍ପତ୍ତିର ହେଲା ପୁନଃବିଚାର ! ଏଣିକି ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି Kanak News Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.