ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ, ୧୨ ଆହତ

ରାୱଲପିଣ୍ଡି ୩୦|୭: ପାକିସ୍ତାନର ରାଓ୍ବଲପିଣ୍ଡିରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ କ୍ରୁ ଟିମ୍‌ଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ବମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ରାୱଲପିଣ୍ଡିର କାଲୁଗାଁ ନିକଟରେ ଜନବସତି ନିକଟରେ ଏହି ବିମାନଟି ଖସିପଡିଥିଲା | ବିମାନଟି ପଡିବା ପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଲାଗିଯାଇଥିଲା |

ଦୁର୍ଘଟଣାର ଏକ ଭିଡିଓ ଓ୍ବେବସାଇଟ୍ ରେ ଜାରି କରାଯାଇଛି । ଭିଡିଓରେ ଦେଖାଯାଇଛି ଯେ, ଏକ କୋଠାରେ ନିଆଁ ଲାଗିଛି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ କଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ବିମାନର ମେଡଲ କଣ ଥିଲା ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ । ଦୁର୍ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚିସାରିଛି । ରେସକ୍ୟୁ ଟିମ୍ ର ଅପରେସନ ଜାରି ରହିଛି ।  



from Prameya News7 https://ift.tt/2ZjVyzJ
ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ, ୧୨ ଆହତ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ, ୧୨ ଆହତ Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.