ସେବା ପାଇଁ ସମ୍ମାନ: ଝୁଡ଼ିରେ ଅଳିଆ ଉଠାଇ ମନ ଜିଣିଲେ ୮୫ ବର୍ଷୀୟା ବୃଦ୍ଧା, ମହାରାଷ୍ଟ୍ରର ସୁଖୁବାଇଙ୍କୁ ସମ୍ମାନିତ କଲା ପୁରୀ ଜିଲ୍ଲା ପ୍ରଶାସନ Kanak News

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ସଫା ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଅଭିଯାନରେ ଉଦାହରଣ ସାଜିଛନ୍ତି ଜଣେ ୮୫ବର୍ଷିୟା ମହିଳା । ମହାରାଷ୍ଟ୍ରର ସୁଖୁବାଇ ଦେଶମୁଖ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସଫେଇ ହେଉ ଅବା ମେଡିକାଲ ପରିସର ଓ ବେଳାଭୂମିକୁ ସଫା କରିବା କ୍ଷେତ୍ରରେ ସେ ନେଇଛନ୍ତି ଅଗ୍ରଣୀ ଭୂମିକା । ଏହାପରେ ତାଙ୍କୁ ଜିଲ୍ଲା ପ୍ରଶାସନ ବି ସମ୍ମାନିତ କରିଛି । ମୋ ବିଚ୍ ଯୋଜନା ମାଧ୍ୟମରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ପ୍ରୟାସ । ଆଉ ଏହାର ନେତୃତ୍ୱ ନେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ।

୨୦୦୭ ବ୍ୟାଚର ଏହି ଆଇଏଏସ ଅଧିକାରୀ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ପୁରୀରେ ସଫେଇ ଓ ଫୋନି ପରର ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବଲୱନ୍ତ ସିଂ । ବିଭିନ୍ନ ସମୟରେ ପୁରୀରେ ଆବର୍ଜନା ନିଷ୍କାସନକୁ ନେଇ ଅନେକ ସମସ୍ୟା ଥିବା ବେଳେ ପୁରୀ ଜିଲ୍ଳାପାଳଙ୍କ ଫୋକସରେ ରହିଛି ଆବର୍ଜନା ମୁକ୍ତ ସହର । ଏମିତିକି ପୁରୀକୁ ଡଷ୍ଟବିନ ଫ୍ରି କରିବା ପାଇଁ ଅଭିନବ ଉଦ୍ୟମ କରାଯାଉଥିବା ବି କହିଛନ୍ତି ଜିଲ୍ଲାପାଳ ।ଆଉ ଏସବୁ ଭିତରେ ଜଣେ ୮୫ ବର୍ଷିୟା ମହିଳା ଏହି ଅଭିଯାନରେ ଆଗଧାଡିର ଭୂମିକା ନେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଉ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଏହି ପ୍ରୟାସକୁ ଲୋକଙ୍କ ସମର୍ଥନ ବି ମିଳୁଛି ।

ତେବେ ମହାରାଷ୍ଟ୍ର ଏଲୋରାସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ବାମୀ ଶଙ୍କର ସଂସ୍ଥାର ମୁଖ୍ୟ ଶାନ୍ତିଗିରି ମହାରାଜଙ୍କ ଜଣେ ଅନୁଗାମୀ ହେଉଛନ୍ତି ସୁଖୁବାଇ ଦେଶମୁଖ। ଗତ ମାସେ ହେଲା ସ୍ବାମୀ ଶଙ୍କର ସଂସ୍ଥାର ଅନୁଗାମୀମାନେ ପୁରୀ ଆସିଛନ୍ତି। ଏମାନେ ପୁରୀରେ ସଂକୀର୍ତ୍ତନ ଓ ବିଭିନ୍ନ ସ୍ବେଚ୍ଛାସେବୀ କାମ କରୁଛନ୍ତି। ରବିବାର ଦିନ ଏହି ଅନୁଗାମୀମାନେ ପୁରୀ ବେଳାଭୂମି ସଫାସୁତରା କରିବା ବେଳେ ଏହି ୮୫ ବର୍ଷର ବୃଦ୍ଧା ଥିଲେ ସବୁଠୁ ଆଗରେ। ସୁକୁବାଇ ଦେଶମୁଖଙ୍କ ନିଜ ଘର ମହାରାଷ୍ଟ୍ରର ନାସିକ ଜିଲ୍ଲା ଦେଏଳା ତାଲୁକ ଅନ୍ତର୍ଗତ କୁମ୍ଭାରଡି ଗ୍ରାମରେ। ତାଙ୍କର ୩ ପୁଅ ଓ ୫ ଝିଅ ଅଛନ୍ତି। ସାନ ଝିଅ ବର୍ଷକର ହୋଇଥିବା ବେଳେ ସ୍ବାମୀ ଭୈରବ ଦେଶମୁଖଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରାୟ ୬ ଏକର ଜମିରେ ଚାଷ କରି ସେ ଜଣେ ସଫଳ ମହିଳା କୃଷିବିତ ଭାବେ ମହାରାଷ୍ଟ୍ରରେ ନିଜସ୍ବ ପରିଚୟ ସୃଷ୍ଟି କରି ପାରିଛନ୍ତି।



from Kanak News https://ift.tt/319Mqyd https://ift.tt/2MqvG1x
ସେବା ପାଇଁ ସମ୍ମାନ: ଝୁଡ଼ିରେ ଅଳିଆ ଉଠାଇ ମନ ଜିଣିଲେ ୮୫ ବର୍ଷୀୟା ବୃଦ୍ଧା, ମହାରାଷ୍ଟ୍ରର ସୁଖୁବାଇଙ୍କୁ ସମ୍ମାନିତ କଲା ପୁରୀ ଜିଲ୍ଲା ପ୍ରଶାସନ Kanak News ସେବା ପାଇଁ ସମ୍ମାନ: ଝୁଡ଼ିରେ ଅଳିଆ ଉଠାଇ ମନ ଜିଣିଲେ ୮୫ ବର୍ଷୀୟା ବୃଦ୍ଧା, ମହାରାଷ୍ଟ୍ରର ସୁଖୁବାଇଙ୍କୁ ସମ୍ମାନିତ କଲା ପୁରୀ ଜିଲ୍ଲା ପ୍ରଶାସନ Kanak News Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.