ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀ । କେତେ ମହିଳା ଚୋରିର ଶିକାର ହୋଇଛନ୍ତି ଓ କେତେ ଅପରାଧୀ ଧରା ପଡିଛନ୍ତି, ଗତ ୫ ବର୍ଷର ରିପୋର୍ଟ ଦେଲେ ସରକାର ? Kanak News

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ପ୍ରତ୍ୟେକ ଦିନ ରାଜଧାନୀରେ ବିଭିନ୍ନ ଅପରାଧ ଖବର ସାମ୍ନାକୁ ଆସୁଥିବା ବେଳେ ଏହାର ଅଧିକ ଶିକାର ହେଉଛନ୍ତି ମହିଳା । ଆଉ ଏଭଳିସ୍ଥଳେ ରାଜଧାନୀ ଏବେ ମହିଳା ମାନଙ୍କ ପାଇଁ ସୁରକ୍ଷିତ ହୋଇ ନାହିଁ । ଦିନ ଦ୍ୱିପ୍ରହରରେ ରାସ୍ତାଘାଟରେ ମହିଳା ମାନଙ୍କ ଠାରୁ ସୁନାଗହଣା ସମେତ ମୋବାଇଲ ଫୋନ୍ ଓ ଟଙ୍କା ଛଡାଇ ନିଆଯାଉଛି । କିନ୍ତୁ ଏହାପରେ ମଧ୍ୟ ଅପରାଧୀମାନଙ୍କୁ ଧରାଯାଇ ପାରୁନାହିଁ । ଯାହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ତାରା ପ୍ରସାଦ ବାହିନୀପତି । ଗତ ୫ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏଭଳି କେତେ ଅଘଟଣ ଘଟିଲାଣି ଓ ପୋଲିସ କେତେ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସେନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ତାରା ।
ଏହାର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗତ ୫ ବର୍ଷ ମଧ୍ୟର ମହିଳା ମାନଙ୍କ ଠାରୁ ହୋଇଥିବା ଚୋରି ସଂଖ୍ୟା ଓ ଏଥିରେ ସମ୍ପୃକ୍ତ ଥିବା କେତେ ଅପରାଧୀଙ୍କୁ ପୋଲିସ ଗିରଫ କରିଛି ତାହାର ପୂରା ରିପୋର୍ଟ ଗୃହରେ ଉପସ୍ଥାପନା କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ମହିଳା ମାନଙ୍କୁ ଠାରୁ ଚୋରି ଓ ଲୁଣ୍ଠନ ହୋଇଥିବା ମାମଲା ୭୬୪ରେ ପହଞ୍ଚିଥିବା ବେଳେ ପୋଲିସ ଏହି ଘଟଣାରେ ୫୫୮ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ସେହିଭଳି ରାତ୍ରିରେ ମହିଳା ମାନଙ୍କ ସୁରକ୍ଷିତ ଯାତାୟତ ପାଇଁ ପିସିଆର ଭ୍ୟାନ୍ ଓ ଥାନା ଗାଡି ଦ୍ୱାରା ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ନିୟମିତ ବ୍ୟବଧାନରେ ରାତ୍ରି ପେଟ୍ରୋଲିଂ ସମୟରେ ସନ୍ଦେହ କରାଯାଉଥିବା ଯାନ ଗୁଡିକର ତଲାସି କରାଯାଉଛି । ଏହାବାଦ୍ ବିଳମ୍ବିତ ରାତିରେ ଯାତାୟତ କରୁଥିବା ଅପରାଧୀ ମାନଙ୍କର ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ସିସିଟିଭି ଲଗାଯାଇଛି । ଏହାଛଡା ସାଧାରଣ ମହିଳାଙ୍କ ସୁରକ୍ଷା ତଥା ସାହାଯ୍ୟ ପାଇଁ ଡାଏଲ-୧୦୦ର ପ୍ରଚଳନ କରାଯାଇଛି ।
from Kanak News https://ift.tt/2Zlt9ZS https://ift.tt/2GDdgGS
No comments: