ମ୍ୟାଞ୍ଚେଷ୍ଟର: ୨୦୧୯ ବିଶ୍ୱକପ୍ର ଆଜି ହେଉଛି ସବୁଠୁ ବଡ଼ ଫାଇଟ୍। ଯାହା ଉପରେ ରହିଛି ସାରା ବିଶ୍ୱର ନଜର। ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବ କଡ଼ା ଟକ୍କର। ବିଶ୍ୱକପ୍ର ଏହି ହାଇଭୋଲଟେଜ୍ ଫାଇଟ୍ ପାଇଁ ଟିମ୍ ଇଣ୍ଡିଆ ପୂରା ପୂରି ପ୍ରସ୍ତୁତ।
ଚଳିତ ସିଜନ୍ରେ ଦକ୍ଷିଣ ଆଫ୍ରିକା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ଫର୍ମରେ ରହିଛି। ବ୍ୟାଟିଂ ଏବଂ ବୋଲିଂ ଡିପାର୍ଟମେଣ୍ଟ ସନ୍ତୁଳିତ ରହିଛି। ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର ଦେବାରେ ବି ଭାରତୀୟ ଟିମ୍ ସଫଳ ହୋଇଛି। ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିପାରେ। ଯଦି, ଏପରି ହୁଏ ତେବେ ଭାରତୀୟ ବୋଲର୍ ଗତ ମ୍ୟାଚ୍ ଭଳି ଏଥର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଆପଣାଇବେ।
ଶିଖର ଧୱନ୍ ଆହତ କାରଣରୁ ବାଦ୍ ପଡ଼ିବା ପରେ ଆଜି ଓପନିଂ କରିପାରନ୍ତି ଋଷଭ ପନ୍ଥ। ଟିମ୍ ଇଣ୍ଡିଆର ବୋଲିଂ ଲାଇନ୍ ଅପ୍ ସୁଦୃଢ଼ ରହିଛି। ବୁମରାହ, ଭୁବନେଶ୍ୱର କୁମାର ଏବଂ ଚହଲଙ୍କ ଯୋଡ଼ି ଭାରତୀୟ ଟିମ୍କୁ ମ୍ୟାଚ୍ ୱିନିଂ କ୍ଷେତ୍ରରେ ବିଶେଷ ସହାୟକ ହେବ।
ଅନ୍ୟପକ୍ଷେ, ପାକିସ୍ତାନ ଟିମ୍ ବି ଭାରତ ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛି। କାରଣ, ପାକ୍ ଟିମ୍ ଫଖର୍ ଜମାନ୍, ହାରିଶ ସୋହେଲଙ୍କ ସମେତ ବାବର ଆଜମ୍ ଫର୍ମରେ ରହିଛନ୍ତି। ଯାହା ଟିମ୍ ଇଣ୍ଡିଆ ପାଇଁ ସମସ୍ୟା ସୃଷ୍ଟି କରିପାରେ। ହେଲେ ଆଜିର ମ୍ୟାଚ୍ ମ୍ୟାଞ୍ଚେଷ୍ଟରର ପାଗ ଉପରେ ନିର୍ଭର କରେ। କାରଣ ଗତ ଦୁଇ ଦିନ ଧରି ଏଠାରେ ବର୍ଷା ଲାଗି ରହିଛି। ଏହାପୂର୍ବରୁ ଭାରତ-ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍ ବି ବର୍ଷା ଯୋଗୁ ବାତିଲ ହୋଇଥିଲା।
from OTV Khabar. http://bit.ly/2XeuAeZ
No comments: