ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ Rajalaxmi Sahoo

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏସମସ୍ତ କଲେଜରେ କେହି ଗୋଟିଏ ହେଲେ ବି ଛାତ୍ରଛାତ୍ରୀ ପାସ୍‌ କରି ନାହାନ୍ତି।

କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୬ଟି କଲେଜରେ ନାମଲେଖା ଉପରେ ରୋକ୍ ଲଗାଯାଇଥିବା ବେଳେ ବାକି ୩ଟି କଲେଜର କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ନାମଲେଖା ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ୬ଟି କଲେଜ ମଧ୍ୟରୁ ୪ଟି କଲେଜରେ ଗତବର୍ଷଠୁ ନାମଲେଖା ବନ୍ଦ ରହିଛି।

ବଲାଙ୍ଗିର ଜିଲ୍ଲା ବେଲପଡ଼ାର ଶ୍ରୀଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ କେପିଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ନାମଲେଖା ଉପରେ ରୋକ୍ ଲଗାଯାଇଛି।



from OTV Khabar. http://bit.ly/2WTml7N
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ Rajalaxmi Sahoo ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ Rajalaxmi Sahoo Reviewed by SUBHENDU BARAL on June 08, 2019 Rating: 5

No comments:

Powered by Blogger.