୧୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ OTV KHABAR BUREAU

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଦିନ ୧୦ଟା ୪୫ ଯାଏ ୧୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ସୋନପୁର।

ଗତ ୪ରୁ୫ ଦିନ ଧରି ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କାଳବୈଶାଖୀ ବର୍ଷା ଯୋଗୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ତେବେ କାଳବୈଶାଖୀ ଯୋଗୁ କିଛି ସ୍ଥାନରେ ତାତି ସାମାନ୍ୟ କମିଥିଲେ ବି ଲୋକେ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।



from OTV Khabar. http://bit.ly/2KjHja0
୧୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ OTV KHABAR BUREAU ୧୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ OTV KHABAR BUREAU Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.