ଭାରତ ସହ ସଂପର୍କ ସଜାଡିବାକୁ ବିକଳ ପାକିସ୍ତାନ। ଆଲୋଚନା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ Kanak News

କନକ ବ୍ୟୁରୋ: ଭାରତ ସହିତ ସଂପର୍କ ସଜାଡିବାକୁ ବିକଳ ହେଲାଣି ପାକିସ୍ତାନ । ଆସନ୍ତା ଜୁନ୍ ୧୩ – ୧୪ରେ ଅଛି ସାଂଘାଇ ସହଯୋଗ ସଂଗଠନ ବୈଠକ । ଏହି ବୈଠକରେ ସମସ୍ତ ଏସୀୟ ରାଷ୍ଟ୍ର ଅଂଶଗ୍ରହଣ କରୁଥିଲେ ମଧ୍ୟ ଭାରତର ପାକିସ୍ତାନ ସହିତ କୌଣସି ବାର୍ତା ହେବନାହିଁ ବୋଲି ବୈଦେଶିକ ବିଭାଗ ସ୍ପଷ୍ଟ କରିବା ପରେ ପରେ, ପାକିସ୍ତାନରୁ ମୋଦିଙ୍କୁ ଆସିଛି ଚିଠି । ପୁରା ଦକ୍ଷିଣ ଏସିଆରେ ଶାନ୍ତି ପାଇଁ ଭାରତ ସହିତ ଏକାଠି କାମ କରିବାକୁ ଚିଠି ଜରିଆରେ ଲେଖିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ । ଏହି ଚିଠିରେ କାଶ୍ମୀର ବିବାଦ ଠାରୁ ଆରମ୍ଭ କରି ଆତଙ୍କବାଦ ପ୍ରସଙ୍ଗ ବି ରହିଛି ।

ପାକ୍ ପ୍ରଧାନମନ୍ତ୍ରୀଙ୍କ ଚିଠି ଏପରି ସମୟରେ ଆସିଛି, ଯେତେବେଳେ ଭାରତ ଏସଏସଓ ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର କୌଣସି ଦ୍ୱିପାକ୍ଷିକ ଆଲୋଚନା ପାଇଁ ଭାରତ ମନା କରି ସାରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ଉତ୍ସବକୁ ଭାରତର ପଡୋଶୀ ରାଷ୍ଟ୍ର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ପାକିସ୍ତାନକୁ ଏଥିରୁ ବାଦ୍ ଦେଇଥିଲେ । ଆଗକୁ ଏସଏସଓ ସମ୍ମିଳନୀରେ ବି ସମାନ ବାଟ ଆପଣାଇଛି ଭାରତ । ଏହାକୁ ଦେଖି ଛାନିଆ ହେଲାଣି ପାକିସ୍ତାନ । ଆଉ ଭାରତ ସହିତ ଦ୍ୱିପାକ୍ଷିକ ସଂପର୍କ ସଜାଡିବାକୁ ଇମ୍ରାନ୍ ଏବେ ମୋଦିଙ୍କ ସହ କଥା ହେବାକୁ ବ୍ୟାକୁଳ ହେଲେଣି । ପୁଲୱମାରେ ସେନା ଜବାନଙ୍କ ଉପରେ ହମଲା ପରଠାରୁ ପାକିସ୍ତାନ ସହିତ ସଂପର୍କ ତିକ୍ତ ହୋଇଛି ।



from Kanak News http://bit.ly/2WB31gA http://bit.ly/2WnLcMP
ଭାରତ ସହ ସଂପର୍କ ସଜାଡିବାକୁ ବିକଳ ପାକିସ୍ତାନ। ଆଲୋଚନା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ Kanak News ଭାରତ ସହ ସଂପର୍କ ସଜାଡିବାକୁ ବିକଳ ପାକିସ୍ତାନ। ଆଲୋଚନା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ Kanak News Reviewed by SUBHENDU BARAL on June 07, 2019 Rating: 5

No comments:

Powered by Blogger.