ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ନିତି ଆୟୋଗ ବୈଠକରେ ଦେବେ ଯୋଗ

ଭୁବନେଶ୍ବର ୮|୬: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସପ୍ତାହ ପାଇଁ ଦିଲ୍ଲୀ ଗସ୍ତ କରୁଥିବାର ସୂଚନା ମିଳିଛି । ଗସ୍ତ କାଳରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ । ଏଥିସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ନୀତି ଆୟୋଗର ବୈଠକରେ ଯୋଗଦେବେ। କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ଜୁନ ୯ ଅପରାହ୍ଣ ୧୨ଟା ୪୫ରେ ନବୀନ ନିବାସ ଛାଡ଼ି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ। ନବୀନ ଜୁନ୍ ୧୧ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଜୁନ ୧୫ ଅପରାହ୍ଣରେ ନବୀନ ନୀତି ଆୟୋଗର ବୈଠକରେ ଯୋଗଦେବେ। ବୈଠକ ପରେ ସେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ନବୀନ ଆୟୁଷ୍ମାନ ଯୋଜନା, ଫୋନି କ୍ଷୟକ୍ଷତି ଆଦି ପ୍ରସଙ୍ଗ  ଉଠାଇବାର ସମ୍ଭାବନା ରହିଛି  ।



from News7 http://bit.ly/2XyS8bo
ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ନିତି ଆୟୋଗ ବୈଠକରେ ଦେବେ ଯୋଗ ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ନିତି ଆୟୋଗ ବୈଠକରେ ଦେବେ ଯୋଗ Reviewed by SUBHENDU BARAL on June 07, 2019 Rating: 5

No comments:

Powered by Blogger.