କଂଗ୍ରେସର ଦାୟିତ୍ୱ ନେବାକୁ ପ୍ରସ୍ତୁତ ଏହି ହକି ଖେଳାଳି: ଚିଠି ଲେଖି ରାହୁଲଙ୍କୁ ଦେଲେ ପ୍ରସ୍ତାବ, କହିଲେ ୨ ବର୍ଷ ପାଇଁ ମୋତେ ଦିଆଯାଉ ସୁଯୋଗ Kanak News

କନକ ବ୍ୟୁରୋ: ମୋଦି ସୁନାମୀରେ ବିଶେଷ କ୍ଷତିଗ୍ରସ୍ତ କଂଗ୍ରେସକୁ ଘାରିଛି ନେତୃତ୍ୱ ସଂକଟ । ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଅମଙ୍ଗ ରାହୁଲ ଗାନ୍ଧି । ବରିଷ୍ଠ ନେତାଙ୍କୁ ବୁଝାସୁଝା ପରେ କେବଳ ବିକଳ୍ପ ମିଳିବା ଯାଏଁ ଦାୟିତ୍ୱରେ ରହିବାକୁ ରାଜି ହୋଇଛନ୍ତି ରାହୁଲ । ଆଉ ଏତିକିବେଳେ ଆଗକୁ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଅଲିମ୍ପିଆନ ଅସଲମ ଶେର ଖାନ୍ । ନିଜ ଆଡୁ ସେ କଂଗ୍ରେସ ସଭାପତି ପଦ ପାଇଁ ଆଗ୍ରହ ଦେଖାଇଛନ୍ତି । ଏପରିକି ଚିଠି ଲେଖି ଏନେଇ ରାହୁଲ ଗାନ୍ଧିଙ୍କୁ ପ୍ରସ୍ତାବ ଦେଇଛନ୍ତି ।
Aslam Sher Khan, ex-union minister&hockey Olympian on his letter to Rahul Gandhi: I wrote when Congress lost elections once again. When Rahul Gandhi said he wants to step down&wants someone else, someone not from his family, to take the charge I thought there’s an opportunity. pic.twitter.com/opsE6gxlhy
— ANI (@ANI) June 7, 2019
ଚିଠିରେ ସେ ରାହୁଲଙ୍କୁ ଜଣେ ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତି । ହେଲେ ସେ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଚାହୁଁଥିବାରୁ ଏହାକୁ ସମସ୍ତେ ସମ୍ମାନ କରିବା ଉଚିତ୍ ବୋଲି କହିଛନ୍ତି । ଏପରିକି ରାଜନୀତିରେ ପରମ୍ପରା ବଦଳିବା ଦରକାର ବୋଲି ପ୍ରସ୍ତାବ ରଖିଛନ୍ତି । ଯିଏ ବି ପାର୍ଟି ସମ୍ଭାଳିବାକୁ ଚାହିଁବ ତାକୁ ମୌକା ମିଳିବା ଉଚିତ୍ ବୋଲି କହିଛନ୍ତି ।
ମେ ୨୫ ତାରିଖ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଇସ୍ତଫା ଦେବାକୁ ପ୍ରସ୍ତାବ ଦେବା ପରେ ଅସଲମ ଦଳ ଭିତରେ ପ୍ରଥମ ନେତା ଯିଏ ଦାୟିତ୍ୱ ନେବାପାଇଁ ନିଜଆଡୁ ଆଗକୁ ଆସିଛନ୍ତି । ହେଲେ ଦଳ ତାଙ୍କ ପ୍ରସ୍ତାବକୁ ଗୁରତର ସହ ନେଇନଥିବା ଜଣାପଡିଛି । ସେପଟେ ରାହୁଲ ଗାନ୍ଧି ତାଙ୍କ ନିଷ୍ପତିର ପୁନର୍ବିଚାର କରିବେ ବୋଲି ଅନେକ କଂଗ୍ରେସ ନେତା ଭାବୁଛନ୍ତି ।
from Kanak News http://bit.ly/2ZgJvmh http://bit.ly/2EY1uGq

No comments: