ବାହାଘର ପ୍ରୋସେସନ ବେଳେ କୂଅରେ ଗଳିପଡିଲେ ୮ ବର୍ଷର ବାଳକ: ଉଦ୍ଧାର ପାଇଁ କୂଅକୁ ଡେଇଁ ଜୀବନ ବଞ୍ଚାଇଲେ ଯୁବକ, ଅଥଳ ପାଣିରେ ଟେକିଧରିଲେ ଦୁଇଘଂଟା Kanak News
କନକ ବ୍ୟୁରୋ: ବାଙ୍କି ବ୍ଲକ ଦୁଲଣପୁର ପଂଚାୟତର ଶବର ସାହିରେ ଅଭାବନୀୟ ଘଟଣା । ଗାଁରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ୩୦ ଫୁଟ ଗଭୀର କୁଅରେ ଖସି ପଡିଥିଲେ ଜଣେ ନାବାଳକ । ବୟସ ତାଙ୍କର ମାତ୍ର ୮ ବର୍ଷ । ଖବର ଜାଣିବା ମାତ୍ରେ କୁଅ ଭିତରକୁ ଡେଇଁ ପିଲାଟିକୁ ଉଦ୍ଧାର ପାଇଁ ତୁରନ୍ତ ଉଦ୍ୟମ ଆରମ୍ଭ କରିଥିଲେ ଜଣେ ବ୍ୟକ୍ତି । ତେବେ ବାହାରେ ବାହାଘର ପ୍ରସେଶନ ଚାଲିଥିବାରୁ କିଛି ବି ଶୁଭୁନଥିଲା । କୁଅ ଭିତରୁ ଯେତେ ବି ଡାକିଲେ କାହା ପାଖରେ ପହଁଚି ପାରୁନଥିଲା ।
ସେପଟେ ପ୍ରସେସନ୍ ସରିବା ପରେ ଗାଁର କେହି ଜଣେ ଏହି କଥା ଜାଣିପାରିଥିଲେ । ସେତେବେଳକୁ ପ୍ରାୟ ୨ ଘଂଟା ହୋଇସାରିଥାଏ । କୁଅ ଭିତରେ ଦୁଇ ଘଂଟା ଧରି ନାବାଳକକୁ ନିଜର ଦୁଇ ହାତରେ ଟେକି ଧରିଥିଲେ । କୁଅରେ ପାଣି ଅଧିକ ଥିବାବେଳେ କେତେ ବେଳେ କିଛି ବି ଅଘଟଣା ଘଟିଥାନ୍ତା । ତେବେ ପ୍ରସେସନ ସରିବା ପରେ ଗାଁ ଲୋକ ଖବର ପାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ୨ ଜଣ ଲୋକ ପଶିଥିଲେ କୁଅରେ । ତେବେ ସେମାନେ ବି ଅଣନିଶ୍ୱାସୀ ହୋଇପଡିଥିଲେ ।
ଶେଷରେ ଦମକଳ ବାହିନୀ ପହଁଚି ସମସ୍ତଙ୍କୁ କୂଅରୁ ଉଦ୍ଧାର କରିଥିଲା । ତେବେ କୂଅରେ ଖସି ପଡିଥିବା ନାବାଳକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଫିଲ୍ମ ବାହୁବଳି ପରି ପପୁ ନାୟକ ନାମକ ବ୍ୟକ୍ତି କୁଅ ଭିତରେ ୨ ଘଂଟା ଧରି ନାବାଳକକୁ ଟେକି ଧରି ତାର ଜୀବନ ବଂଚାଇ ଦେଇଥିବାରୁ , ଅଂଚଳରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।
from Kanak News http://bit.ly/2Wi40Nj http://bit.ly/2HVqhfW
No comments: