ଆଜି ଦିଲ୍ଲୀରେ ଓଡିଶାର ଦାବି ରଖିବେ ମୁଖ୍ୟମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କ ଭେଟି ଆଲୋଚନା କରିବେ ଫୋନି କ୍ଷୟକ୍ଷତି ପ୍ରସଙ୍ଗ Kanak News

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସକାଳ ୧୦ଟା ୩୦ଟାରେ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ପାଳି ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭେଟିବେ । ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ସାକ୍ଷାତ ସମୟରେ ଏକ ସ୍ମାରକପତ୍ର (ମେମୋରାଣ୍ଡମ) ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିପାରନ୍ତି। ଏଥିରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଏକାଧିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ କେନ୍ଦ୍ରର ସହାୟତା ଲୋଡ଼ାଯିବ। ଆଲୋଚନା ସମୟରେ ଓଡ଼ିଶାକୁ ସ୍ବତନ୍ତ୍ରରାଜ୍ୟ ମାନ୍ୟତା ପ୍ରଦାନ କରାଯିବାର ଦାବିକୁ ମଧ୍ୟ ନବୀନ ଦୋହରାଇବେ ବୋଲି ଜଣାପଡ଼ିଛି । ଏତଦ୍ ବ୍ୟତୀତ ଓଡ଼ିଶାକୁ ବିଭିନ୍ନ ଯୋଜନା ଅନ୍ତର୍ଗତ ସ୍ବତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ପାଇଁ ମଧ୍ୟ ନବୀନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ନବୀନ, ଫୋନି ବାତ୍ୟା ପରେ ରାଜ୍ୟକୁ ମିଳିବାକୁ ଥିବା କେନ୍ଦ୍ରୀୟ ସହାୟତା ଶୀଘ୍ର ପ୍ରଦାନ କରିବା, ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିବେ । ଏହାପରେ ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ନବୀନ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୧୫ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବେ ନବୀନ । ଦିଲ୍ଲୀରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ରାଜନୈତିକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।



from Kanak News http://bit.ly/2I99HcW http://bit.ly/2WthupB
ଆଜି ଦିଲ୍ଲୀରେ ଓଡିଶାର ଦାବି ରଖିବେ ମୁଖ୍ୟମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କ ଭେଟି ଆଲୋଚନା କରିବେ ଫୋନି କ୍ଷୟକ୍ଷତି ପ୍ରସଙ୍ଗ Kanak News ଆଜି ଦିଲ୍ଲୀରେ ଓଡିଶାର ଦାବି ରଖିବେ ମୁଖ୍ୟମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କ ଭେଟି ଆଲୋଚନା କରିବେ ଫୋନି କ୍ଷୟକ୍ଷତି ପ୍ରସଙ୍ଗ Kanak News Reviewed by SUBHENDU BARAL on June 10, 2019 Rating: 5

No comments:

Powered by Blogger.