ଚର୍ଚ୍ଚାରେ ସୁଷମାଙ୍କ ଟ୍ୱିଟ୍ ! ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା କଥାକୁ ଗୁଜବ କହିଲେ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ । Kanak News

ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଗତ କିଛି ଦିନ ହେଲା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା ଖବର ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ, ଏବେ ସୁଷମା ସ୍ୱରାଜ ସ୍ୱୟଂ ଏହି ଖବରକୁ ଖଣ୍ଡନ କରିଛନ୍ତି । ଟ୍ୱିଟରରେ ଏହି ଖବର ଉପରେ ସଫେଇ ଦେଇ ସେ କହିଥିଲେ , “ମୋତେ ବିଦେଶ ମନ୍ତ୍ରାଳୟର କାର୍ଯ୍ୟଭାର ଛାଡିବା ପାଇଁ ଭାରତର ଉପରାଷ୍ଟ୍ରପତି ଶ୍ରୀ ବେଙ୍କେୟା ନାଇଡୁଙ୍କ ଦ୍ୱାରା ଡକାଯାଇଥିଲା । ଯାହା ଟ୍ୱିଟର ପାଇଁ ମୋତେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରିବା ପାଇଁ ଥିଲା ।” ଏହାପରେ ଆଉ ଗୋଟିଏ ଟ୍ୱିଟ୍ କରି ସେ ଏହି ଖବରକୁ ଗୁଜବ ବୋଲି କହିଥିଲେ ।

ତେବେ ଡା. ହର୍ଷବର୍ଦ୍ଧନଙ୍କ ଟ୍ୱିଟ୍ ରୁ ଏନେଇ ମିଳିଥିଲା ସସପେନ୍ସ :

କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଗୋଟିଏ ଟ୍ୱିଟ୍ ନେଇ ଆରମ୍ଭ ହୋଇଥିଲା ସସପେନ୍ସ । ଯେଉଁଥିରେ ସେ ସୁଷମାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବାପାଇଁ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହାର କିଛି ସମୟ ପରେ ସେ ଏହି ଟ୍ୱିଟ୍ କୁ ଡିଲିଟ୍ କରି ଦେଇଥିଲେ ।



from Kanak News http://bit.ly/2Kb8IuK http://bit.ly/2MEp3tZ
ଚର୍ଚ୍ଚାରେ ସୁଷମାଙ୍କ ଟ୍ୱିଟ୍ ! ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା କଥାକୁ ଗୁଜବ କହିଲେ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ । Kanak News ଚର୍ଚ୍ଚାରେ ସୁଷମାଙ୍କ ଟ୍ୱିଟ୍ ! ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା କଥାକୁ ଗୁଜବ କହିଲେ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ । Kanak News Reviewed by SUBHENDU BARAL on June 10, 2019 Rating: 5

No comments:

Powered by Blogger.