
କନକ ବ୍ୟୁରୋ : ଟ୍ରେନ୍ ଯାତ୍ରା ବେଳେ କୌଣସି ଅପରାଧ ଘଟିଲେ ଏଣିକି ସହାୟତା ଯୋଗାଇବ ଦେୟମୁକ୍ତ ଫୋନ୍ ନମ୍ବର ‘୧୮୨’ । ଆର୍ପିଏଫ୍ ପକ୍ଷରୁ ଜାରି ଏହି ନମ୍ବର ମାଧ୍ୟମରେ ଯାତ୍ରୀ ଯେ କୌଣସି ସହାୟତା ପାଇପାରିବେ । ଫୋନ୍ କଲ୍ ମିଳିବା ପରେ ଆର୍ପିଏଫ୍ ଥାନା ଅଧିକାରୀ ତୁରନ୍ତ ଟ୍ରେନ୍ରେ ପହଞ୍ଚି ଯାତ୍ରୀକୁ ସହଯୋଗ କରିବେ । ଆଜି ଜାରି ହୋଇଥିବା ଏହି ନମ୍ବର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ କଟକ ରେଳ ଷ୍ଟେସନ ସମେତ ଟ୍ରେନ୍ରେ ଲିଫ୍ଲେଟ୍ ଏବ˚ ମାଇକ୍ ଯୋଗେ ପ୍ରଚାର କରାଯାଇଥିଲା ।
ଓଡ଼ିଶା ଦେଇ ଯାଉଥିବା ଏକ୍କପ୍ରେସ୍ ଟ୍ରେନ୍ରେ ବିହାର, ପଶ୍ଚିମବଙ୍ଗର ଅଧିକ ସ˚ଖ୍ୟାରେ ଅପରାଧୀ ଅପରାଧ ଘଟାଉଛନ୍ତି। ଓଡ଼ିଶା ସୀମା ପାର୍ ହେବା ପରେ ଏଠାକାର ଜିଆର୍ପି ଥାନା ସେମାନଙ୍କୁ ଧରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାତ୍ରୀଙ୍କ ନିକଟରୁ ନିଶା ଦେଇ ଲଗେଜ୍ ଚୋରି ଏବ˚ ଛିନ୍ତାଇ ଏତେ ସ˚ଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଆର୍ପିଏଫ୍ ଥାନା ପକ୍ଷରୁ ଟ୍ରେନ୍ରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଯଦିଓ ସ୍ବତନ୍ତ୍ର ଦେୟମୁକ୍ତ ନମ୍ବର ‘୧୮୨’ ଆଜି ଜାରି କରାଯାଇଛି, କିନ୍ତୁ ଉକ୍ତ ନମ୍ବର ଡାଏଲ କରି ଟ୍ରେନ୍ରେ ଯାତ୍ରା କଲା ବେଳେ ଯାତ୍ରୀ ନିଖୋଜ, ଅପହରଣ, ଚୋରି, ଛିନତାଇ କିମ୍ବା ଆକ୍ରମଣର ଶିକାର ହେଲେ ଆର୍ପିଏଫ୍ ପୁଲିସ ସହାୟତା ପାଇଁ ଉକ୍ତ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ ।
ଅନ୍ୟପଟେ ଟ୍ରେନ୍ରେ ମହିଳା, ଶିଶୁ ଏବ˚ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ନିୟମ ଖିଲାଫ କରି ସାଧାରଣ ଯାତ୍ରୀ ଅନେକ ସମୟରେ ଯାତ୍ରା କରୁଥିବାରୁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଏହି ନମ୍ବର ବ୍ୟବହାର କରାଯାଇପାରିବ । ଏଥିପାଇଁ ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର-ବାଙ୍ଗିରିପୋଷୀ ଟ୍ରେନ୍ରେ କଟକ ଆରପିଏଫ୍ ପୁଲିସ ଏବ˚ ଷ୍ଟେସନ ମ୍ୟାନେଜରଙ୍କ ପକ୍ଷରୁ ଯାତ୍ରୀଙ୍କୁ ସଚେତନ କରାଯାଇଥିଲା । ୧ ନମ୍ବର ପ୍ଲାଟ୍ଫର୍ମରେ ମଧ୍ୟ ଯାତ୍ରୀଙ୍କୁ ଲିଫ୍ଲେଟ୍ ବଣ୍ଟା ଯାଇଥିଲା । କିଭଳି ଉକ୍ତ ନମ୍ବର ବ୍ୟବହାର କରି ଯାତ୍ରୀ ପୁଲିସର ସହଯୋଗ ପାଇପାରିବେ, ସେ ସମ୍ପର୍କରେ କୁହାଯାଇଥିଲା ।
from Kanak News http://bit.ly/2KfO50A http://bit.ly/2WAXelW
No comments: