
କନକ ବ୍ୟୁରୋ : ଏଥର ଭାରତରେ ଗ୍ରୀଷ୍ମ ପ୍ରବାହ ସବୁଠାରୁ ଅଧିକ ସମୟ ଧରି ଚାଲିଛି ଏବଂ ବିଗତ ୩ ଦଶନ୍ଧିର ରେକର୍ଡ ଭାଙ୍ଗିଛି। ଦେଶର ଦୁଇ ତୃତୀୟାଂଶ ଅଂଚଳ ଗ୍ରୀଷ୍ମ ଲହରିରେ ଆଉଟୁପାଉଟୁ ହେଉଥିବା ବେଳେ ଜଳକଷ୍ଟ ମଧ୍ୟ ବଢ଼ିଯାଇଛି । ଅନେକ ଅଂଚଳରେ ପାଣି ଯୋଗାଣ ବନ୍ଧ ହୋଇଯାଇଥିବା ବେଳେ ନଦୀ, ବନ୍ଧ ସବୁ ଶୁଖିଲା ପଡ଼ିଥିବାରୁ ବଡ଼ ଧରଣର ପ୍ରାକ୍ ମୌସୁମୀ ମରୁଡ଼ି ଦେଖିବାକୁ ମିଳିଛି।
ଉତ୍ତର ଏବଂ କେନ୍ଦ୍ରୀୟ ଭାରତରେ ଅନେକ ଅଂଚଳରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହୁଛି। ଇତିହାସରେ ସବୁଠାରୁ ଲମ୍ବା ଗ୍ରୀଷ୍ମ ପ୍ରବାହକୁ ଏଥର ଦେଶବାସୀ ସାମ୍ନା କରୁଛନ୍ତି। ୧୯୮୮ରେ ଗ୍ରୀଷ୍ମ ପ୍ରବାହ ୩୩ ଦିନ ଧରି ଚାଲିଥିବା ବେଳେ ୨୦୧୬ରେ ଏହା ୩୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।
ଜାତୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହୋଇଉଠିଛି। ରାଜସ୍ଥାନର ଚୁରୁ, ଉତ୍ତର-ପ୍ରଦେଶର ଆହ୍ଲାବାଦ ଏବଂ ବାନ୍ଦା ସହର ଏବେ ତତଲା କଡ଼େଇ ପାଲଟିଛି। ଦୁଇଦିନ ତଳେ ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁ ରେକର୍ଡ କରିଥିଲା। ରାଜସ୍ଥାନରେ ଚୁରୁରେ ଗତ ସପ୍ତାହରେ ୨ ଥର ତାପମାତ୍ରା ୫୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବାନ୍ଦାରେ ତାପମାତ୍ରା ୪୯.୨ ଏବଂ ଆହ୍ଲାବାଦରେ ୪୮.୯ ରହିଛି। ଗ୍ରୀଷ୍ମ ପ୍ରବାହ ହେତୁ ଉତ୍ତର-ପ୍ରଦେଶର ଝାନସୀରେ ଗତକାଲି କେରଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।from Kanak News http://bit.ly/2KeUmd2 http://bit.ly/2RfGdwH
ଦେଶରେ ରେକର୍ଡ କଲା ଗ୍ରୀଷ୍ମ ପ୍ରଭାବ ! ଅନେକ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ , ଲୋକେ ହନ୍ତସନ୍ତ Kanak News
Reviewed by SUBHENDU BARAL
on
June 12, 2019
Rating:
No comments: