ଧରାପଡିଲେ ୪୨୦ ବ୍ୟାଙ୍କବାବୁ। ଡିକିରେ ଟଙ୍କା ରଖି ଚୋରି ହୋଇଥିବା ଥାନାରେ କଲେ ଅଭିଯୋଗ। ଛାନଭିନ ବେଳେ ପଦାକୁ ଆସିଲା ସତ Kanak News

କନକ ବ୍ୟୁରୋ: ଧରାପଡିଲେ ଚାରିଶୋ ବିଶ୍ ବ୍ୟାଙ୍କ୍ ବାବୁ । ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କା ଚୋରି ହୋଇଗଲା ବୋଲି ଥାନାରେ ଦେଇଥିଲେ ଏତଲା । ହେଲେ ଏହି ମାମଲାରେ ସେ ଏବେ ନିଜେ ଫସିଯାଇଛନ୍ତି । ପିପୁଲ୍ସ ଫୋରମ୍ ବ୍ୟାଙ୍କର ଆସିଷ୍ଟାଂଟ ମ୍ୟାନେଜର ନିଜ ସ୍କୁଟିରେ ଟଙ୍କାକୁ ଅଭିନବ ଢଙ୍ଗରେ ଲୁଚାଇ ରଖିଥିଲେ । ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ ।

ରେଙ୍ଗାଳି ଥାନାରେ ଅଭିଯୋଗ ପରେ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଟଙ୍କା ଚୋରି ହୋଇନି, ଏହାକୁ ବାଟମାରଣା କରିବାକୁ ଷଡଯନ୍ତ୍ର ରଚିଥିଲେ ବ୍ୟାଙ୍କ ବାବୁ ଜଣକ । ଘଟଣାରେ ତାଙ୍କୁ ଗିରଫ କରିବା ପରେ ତାଙ୍କ ଗାଡିରୁ ମିଳିଥିଲା ସମସ୍ତ ଟଙ୍କା । ଅତି ଚାଲାକ୍ ଭାବେ ଟଙ୍କା ଗୁଡିକୁ ଦୁଇଟି ପ୍ୟାକେଟରେ ଲୁଚେଇ ରଖିଥିଲେ । ମାମଲାରେ ବ୍ୟାଙ୍କ ବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।



from Kanak News http://bit.ly/2Wu1IuU http://bit.ly/2R6dTwS
ଧରାପଡିଲେ ୪୨୦ ବ୍ୟାଙ୍କବାବୁ। ଡିକିରେ ଟଙ୍କା ରଖି ଚୋରି ହୋଇଥିବା ଥାନାରେ କଲେ ଅଭିଯୋଗ। ଛାନଭିନ ବେଳେ ପଦାକୁ ଆସିଲା ସତ Kanak News ଧରାପଡିଲେ ୪୨୦ ବ୍ୟାଙ୍କବାବୁ। ଡିକିରେ ଟଙ୍କା ରଖି ଚୋରି ହୋଇଥିବା ଥାନାରେ କଲେ ଅଭିଯୋଗ। ଛାନଭିନ ବେଳେ ପଦାକୁ ଆସିଲା ସତ Kanak News Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.