ଆଜି ସାରା ଦେଶରେ ବନ୍ଦ ରହିବ ଡାକ୍ତରଖାନା ! ଆଇଏମଏ ଦେଲା ଧର୍ମଘଟର ଡାକରା, ଚାଲୁ ରହିବ ୨୪ ଘଣ୍ଟିଆ ଆପତ୍ତକାଳୀନ ସେବା Kanak News

କଲିକତାର ନୀଳରତ୍ନ ସରକାରୀ ମେଡିକାଲ୍ କଲେଜରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଏବେ ସାରା ଦେଶରେ ପ୍ରସାରିତ ହୋଇସ।।ରିଛି । ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଏବଂ ଧର୍ମଘଟ ଏବେ ସୋମବାରକୁ ବଡ ରୁପ ନେବାକୁ ଯାଉଛି । ସୋମବାର ସକାଳ ୬ ରୁ ଡାକ୍ତରଙ୍କ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ସାରା ଦେଶରେ ୨୪ ଘଣ୍ଟିଆ ଆପତ୍ତକାଳୀନ ସେବାକୁ ଛାଡିଦେଲେ ବାକି ଅନ୍ୟ ସେବାକୁ ବନ୍ଦ କରାଯାଇଛି । ତେବେ ଏଥିରେ ଏମ୍ସ ନିଜକୁ ଦୂରେଇ ରଖିଥିବା କୁହାଯାଉଛି । ଏମ୍ସ ତରଫରୁ ଏକ ପ୍ରେସ୍ ରିଲିଜ୍ ଜାରୀ କରାଯାଇ ଏନେଇ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗରେ ଜୁନିୟର୍ ଡାକ୍ତରଙ୍କ କଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଟା ସମୟରେ ସବୁ ମେଡିକାଲ୍ କଲେଜର ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ । ସେ ୧୪ ମେଡିକାଲ୍ କଲେଜର ୨-୨ ଜଣ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ ।
from Kanak News http://bit.ly/2WOWui4 http://bit.ly/2MPgj4r
ଆଜି ସାରା ଦେଶରେ ବନ୍ଦ ରହିବ ଡାକ୍ତରଖାନା ! ଆଇଏମଏ ଦେଲା ଧର୍ମଘଟର ଡାକରା, ଚାଲୁ ରହିବ ୨୪ ଘଣ୍ଟିଆ ଆପତ୍ତକାଳୀନ ସେବା Kanak News
Reviewed by SUBHENDU BARAL
on
June 16, 2019
Rating:

No comments: