ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ! ଜାଣନ୍ତୁ ଆଜିର ନୀତିକାନ୍ତି ସମ୍ପର୍କରେ କିଛି ପୌରାଣିକ କଥା Kanak News

କନକ ବ୍ୟୁରୋ : ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତି। ଏହି ଉପଲକ୍ଷେ ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଥିଲା। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯିବା ସହ ଲୁହାବାଡ଼ରେ ଆଚ୍ଛାଦିତ କରାଯାଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନାକୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଏହାର ଶୋଧ ହୋଇଛି।

ତେବେ ନିୟମ ଅନୁସାରେ ରତ୍ନ ସିଂହାସନରୁ ଠାକୁରଙ୍କୁ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରାଯାଇଛି । ପ୍ରତ୍ୟେକ ଦିନ ଠାକୁରମାନେ ଦର୍ପଣ ଜରିଆରେ ସ୍ନାନ କରୁଥିବା ବେଳେ ଆଜି ସମସ୍ତଙ୍କ ସାମନାରେ ଦିବ୍ୟସ୍ନାନ କରିବେ ମହାପ୍ରଭୁ । ଏଥିପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ମହାସ୍ନାନରେ ବ୍ୟବହାର କରାଯାଉଥିବା ସୁବାସିତ ଜଳ ମଧ୍ୟ ପ୍ରସ୍ତୁତ ହୋଇଛି । ଗର୍ଭଗୃହ ଛାଡି ଆଜି ସ୍ନାନଣ୍ଡପରେ ସ୍ନାନ କରିବେ । ସ୍ନାନ ତ ସ୍ନାନ ଏହାର ନାମକରଣ ମଧ୍ୟ କରାଯାଇଛି । ଯେହେତୁ ଜଗନ୍ନାଥ ମହାପ୍ରଭୁ ଏହି ସ୍ନାନ କରିବେ ତେଣୁ ତାହାକୁ ଦିବ୍ୟସ୍ନାନ କୁହାଯାଏ ।

୧୦୮ ଜଳରେ ସ୍ନାନ କରିବା ପରେ ଜରରେ ପଡିବେ ମହାବାହୁ । ଏହି ସମୟରେ ସାଧାରଣ ଭକ୍ତ କାଳିଆ ଠାକୁରଙ୍କୁ ଦର୍ଶନ କରିବେ ନାହିଁ । ଦଇତାପତି ସେବାୟତମାନେ ଏହି ସମୟରେ ଜରରେ ପୀଡିତ ଥିବା ଠାକୁରଙ୍କ ଶ୍ରୀଅଙ୍ଗରେ ଗୁପ୍ତ ନୀତି କରିବାର ବିଧି ରହିଛି । ତେବେ ଆଜିର ଏହି ମହାସ୍ନାନ ଦେଖିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । କେତେବେଳେ ସେହି ଶୁଭବେଳ ହେବ ଯେଉଁ ସମୟରେ କାଳିଆ ସାଆନ୍ତ ସ୍ନାନ କରିବେ ।



from Kanak News http://bit.ly/2ZuzKBa http://bit.ly/2WQwyTx
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ! ଜାଣନ୍ତୁ ଆଜିର ନୀତିକାନ୍ତି ସମ୍ପର୍କରେ କିଛି ପୌରାଣିକ କଥା Kanak News ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ! ଜାଣନ୍ତୁ ଆଜିର ନୀତିକାନ୍ତି ସମ୍ପର୍କରେ କିଛି ପୌରାଣିକ କଥା Kanak News Reviewed by SUBHENDU BARAL on June 16, 2019 Rating: 5

No comments:

Powered by Blogger.