ଚଳଚଞ୍ଚଳ ରଥଖଳା : ଶେଷହେଲା ଚକ, ଅଖ କାମ Kanak News

କନକ ବ୍ୟୁରୋ : ରଥ ନିର୍ମାଣ ପ୍ରାରମ୍ଭିକ କାର୍ଯ୍ୟ ଭାବେ ଚକଡେରା କାମ ଶେଷ ହେବ । ଏ ନେଇ ବଡ଼ଦାଣ୍ଡ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି । ବିଶ୍ବକର୍ମାମାନେ ଏ ଭିତରେ ଚକ ଓ ଅଖ କାମକୁ ଶେଷ କରିଛନ୍ତି । ଚକ ଓ ଅଖକୁ ନେଇ ଯାହା କିଛି ଛୋଟ ଛୋଟ କାମ ବାକି ରହିଛି ତାକୁ ପୂର୍ଣ୍ଣ ରୂପ ଦେବାରେ ଲାଗି ପଡ଼ିଛନ୍ତି ମହାରଣାମାନେ । ଅନ୍ୟପଟେ ବିଶ୍ବକର୍ମାମାନେ ଦଣ୍ଡାହଣା କାମକୁ ଆଗେଇ ନେଇଛନ୍ତି । ତିନି ରଥ ପାଇଁ ଭିନ୍ନ ଭିନ୍ନ ଦଣ୍ଡା ହଣାଯାଉଛି ।

ସେପଟେ ଚକକାମ ଶେଷ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହାକୁ ଘୋଡ଼ାଇ ରଖାଯାଇଛି । ଖରାରେ ଚକକୁ ଅକ୍ଷତ ରଖିବା ପାଇଁ ଓଦା ଚାଞ୍ଛିକୁ ଏହା ଉପରେ ଘୋଡ଼ାଇ ରଖାଯାଇଛି । ଅନେକ ସମୟରେ ପ୍ରଚଣ୍ଡ ଖରାରେ ଚକରେ ଫାଟ ସୃଷ୍ଟି ହୋଇଥାଏ । ଏହି ଆଶଙ୍କାକୁ ଏଡ଼ାଇବା ପାଇଁ ଭୋଇ ସେବକମାନେ ଚକକୁ ଏପରି ଘୋଡ଼ାଇ ରଖିଛନ୍ତି। ସେପଟେ ଚିତ୍ରକର ସେବକଙ୍କ ଦ୍ବାରା ଗୁଜ କାମ ଆଗେଇ ଚାଲିଛି । କୋଣଗୁଜ, ଜଳଯନ୍ତ୍ର ଶେଷ କରି ପଟାଗୁଜ କାମ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଚିତ୍ରକର ସେବକମାନେ । ଦୋଳବେଦି କମାରଶାଳରେ ଓଝା ସେବକମାନେ କଣ୍ଟାକାମକୁ ଆଗେଇ ନେଇଛନ୍ତି ।



from Kanak News http://bit.ly/2Wtp5EZ http://bit.ly/2Wx5ske
ଚଳଚଞ୍ଚଳ ରଥଖଳା : ଶେଷହେଲା ଚକ, ଅଖ କାମ Kanak News ଚଳଚଞ୍ଚଳ ରଥଖଳା : ଶେଷହେଲା ଚକ, ଅଖ କାମ Kanak News Reviewed by SUBHENDU BARAL on June 08, 2019 Rating: 5

No comments:

Powered by Blogger.