ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା : ବିଜେପି ସାଂସଦଙ୍କ ରାଲିକୁ ରୋକିବାରୁ ମୁହାଁମୁହିଁ ହେଲେ ପୋଲିସ ଓ କର୍ମୀ Kanak News

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ । ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଅଞ୍ଚଳରେ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ବହୁ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ବିଜେପିର ଜଣେ ବରିଷ୍ଠ ନେତା ଓ ମେଦୀନପୁର ଅଞ୍ଚଳର ସାଂସଦ ଦିଲୀପ ଘୋଷଙ୍କ ବିଜୟ ଯାତ୍ରା ଉତ୍ସବରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିିଛି ।
ଦିଲୀପ ଘୋଷ ବିନା ଅନୁମତିରେ ନିଜର ବିଜୟ ଯାତ୍ରା କରୁଥିବା ବେଳେ ପୋଲିସ ତାହାକୁ ଅଟକାଇଥିଲା । ଯାହାକୁ ନେଇ ବିବାଦ ଦେଖାଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାସ୍ଥଳରେ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ତେବେ ପ୍ରତିବନ୍ଧକ ସତ୍ୱେ ମଧ୍ୟ ଶ୍ରୀଘୋଷ ନିଜ ଯାତ୍ରା ବନ୍ଦ କରିନଥିଲେ । ହେଲେ ଘଟଣାସ୍ଥଳରେ ଥିବା ପୋଲିସ ବିଜୟ ଯାତ୍ରାକୁ ଅଟକାଇବା ସହ ବ୍ୟାରିକେଟ ମଧ୍ୟ କରିଥିଲା, ହେଲେ କୌଣସି ସୁଫଳ ମିଳି ନ ଥିଲା ।
from Kanak News http://bit.ly/2wK6aLo http://bit.ly/2Zji0bR
No comments: