ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ Rajalaxmi Sahoo

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ଟିକ୍‌ ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି। ଟିକ୍‌ ଟକ୍‌ରେ ତାଙ୍କର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଏହି ଟିକ୍‌ ଟକ୍‌ ଷ୍ଟାରଙ୍କ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଘରୁ ୧୫୦ ଗ୍ରାମ୍‌ର ସୁନା ଏବଂ ୪.୫୭ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ନେଇଯାଇଛି।

ମୁମ୍ବାଇ ପୁଲିସ୍‌ ସିସିଟିଭି ଫୁଟେଜ ଦେଖିବା ବେଳେ ସେଥିରେ ଏହି ଟିକ୍‌ ଟକ୍‌ ଷ୍ଟାର ହିଁ ନଜର ଆସିଥିଲା। ତଦନ୍ତ ପରେ ତାଙ୍କୁ ପୁଲିସ୍‌ ହାଜତକୁ ନିଆଯାଇଥିଲା। ଏହାପରେ ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ସମୟରେ ଏହି ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଫଳରେ ସେ ଧରାପଡ଼ିଥିଲା।

ପ୍ରଥମେ ତା’ଠାରୁ କିଛି ମଧ୍ୟ ଚୋରି ଜିନିଷ ମିଳିନଥିଲା। କିନ୍ତୁ କିଛି ଦିନର ପଚରାଉଚରା ପରେ ସେ ଏହି ଜିନିଷ ସବୁ ତା’ର କେହି ଜଣେ ସାଙ୍ଗକୁ ଦେଇଥିବା କହିଥିଲା। ଏସବୁ ସେ ତା’ ସ୍ତ୍ରୀର ବୋଲି କହି ସାଙ୍ଗକୁ ରଖିବାକୁ ଦେଇଥିଲା।



from OTV Khabar. http://bit.ly/2Wva1LH
ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ Rajalaxmi Sahoo ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ Rajalaxmi Sahoo Reviewed by SUBHENDU BARAL on June 08, 2019 Rating: 5

No comments:

Powered by Blogger.